ପୋଲିସ ଅଫିସଙ୍କ କଲର ଧରି ଟାଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ

ପୁଣି କଂଗ୍ରେସର ବାଚଳାମି । ମଧ୍ୟପ୍ରଦେଶରୁ କଂଗ୍ରେସ ନେତାଙ୍କ ଏମିତି ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମଧ୍ୟପ୍ରଦେଶର ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପିକୁ କ୍ଲିନ୍ ସୁଇପ୍କୁ ବରଦାସ୍ତ କରିପାରୁନି କଂଗ୍ରେସ । ପଞ୍ଚାୟତ ନିର୍ବାଚନରେ ବୁଥ ରିଗିଂ କରାଯାଇଥିବା ଅଭିଯୋଗରେ ଆଜି ଜିଲ୍ଲା ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ କଂଗ୍ରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା।

ସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରୁ ଜଣେ ପୁଲିସ୍ ଅଫିସରଙ୍କ କଲର ଧରି ଟାଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି।

ଭୋପାଲ ଜିଲ୍ଲା ପଞ୍ଚାୟତ କାର୍ୟ୍ୟାଳୟ ବାହାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଏଥିରେ ବହୁ ସଂଖ୍ୟା କଂଗ୍ରେସ କାର୍ୟ୍ୟକର୍ତ୍ତା ଓ ନେତା ସାମିଲ ହୋଇଥତ୍ତା ମନ୍ତ୍ରୀ ଭୁପେନ୍ଦ୍ର ସିଂ କିଛି ସଦସ୍ୟଙ୍କୁ ନିଜ ଗାଡ଼ିରେ ନେଇ ଘଟଣାସ୍ଥଳକୁ ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦିଗବିଜୟ ସିଂ ସେମାନଙ୍କୁ ଅଟକାଇଥିଲେ। ଏହା ମଦ୍ୟରେ ବିଜେପି ବିଧାୟକ ରାମେଶ୍ୱର ଶର୍ମା କାର୍ୟ୍ୟାଳୟ ଭିତରକୁ ପ୍ରବେଶ କରିବାରେ ସକ୍ଷମ ହେଲେ। ରାମେଶ୍ୱରଙ୍କୁ ବାହାର କରିବାକୁ ଦାବି କରି କଂଗ୍ରେସ ନେତା ଓ କର୍ମୀ ଜୋରଦାର ହଙ୍ଗାମା କଲେ। ଏହି ସମୟରେ ପୁଲିସ୍ କର୍ମୀ ଦିଗବିଜୟ ସିଂଙ୍କୁ ଧକ୍କା ମାରିବାରୁ ସେ ଜଣେ ଅଧିକାରୀଙ୍କ କଲର ଧରି ତାଙ୍କୁ ଗାଳିଗୁଲଜ କଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

nis-ad
Leave A Reply

Your email address will not be published.