ଆରପାରିରେ ଟେଲି ଅଭିନେତା ରସିକ ଦବେ

ମୁମ୍ବାଇ: ଆରପାରିରେ ଟେଲି ଅଭିନେତା ରସିକ ଦବେ । ମୁମ୍ବାଇର ଏକ ହସ୍‌ପିଟାଲରେ ଶୁକ୍ରବାର ରାତି ୮ଟାରେ ରସିକ ଦବେଙ୍କ ଦେହାନ୍ତ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ କିଡନୀ ଫେଲ ହେତୁ ଅଭିନେତା 65 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ରସିକ ଦବେ ଅନେକ ଗୁଜୁରାଟୀ ନାଟକ ସହିତ ଫିଲ୍ମ ଏବଂ ଅନେକ ସିରିଏଲରେ ମଧ୍ୟ କାମ କରିଥିଲେ । ରସିକ ଦବେ ପ୍ରସିଦ୍ଧ ଅଭିନେତ୍ରୀ କେତକୀ ଦବେଙ୍କୁ ବିବାହ କରିଥିଲେ ।

ମିଳିଥିବା ସୂଚନାନୁସାରେ, ରସିକ ପ୍ରାୟ ଦୁଇ ବର୍ଷ ଧରି ଡାଏଲିସିସରେ ପୀଡିତ ଥିଲେ ଏବଂ ତାଙ୍କୁ ସପ୍ତାହରେ ତିନିଥର ଡାକ୍ତରଖାନା ଯିବାକୁ ପଡୁଥିଲା । ରସିକ ଦବେଙ୍କର ଉଭୟ କିଡନୀ ନଷ୍ଟ ହୋଇଯାଇଥିଲା । କିନ୍ତୁ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ମୁମ୍ବାଇର ଏକ ଡାକ୍ତରଖାନାରୁ ଚିକିତ୍ସିତ ହେଉଥିଲେ । ରସିକ୍ ଦବେଙ୍କୁ ଶେଷ ଥର ପାଇଁ କଲର୍ସ ଟିଭି ଚ୍ୟାନେଲ୍ ଲୋକପ୍ରିୟ ସିରିଏଲ୍ ସଂସ୍କାର ଧରୋହର ଅପନୋଁ କିରେ ଦେଖିବାକୁ ମିଳିଥିଲା ।

ରସିକ ଦବେ ‘ମହାଭାରତ’ର’ ନନ୍ଦା ‘ଚରିତ୍ର ପାଇଁ ବେଶ୍‌ ଜଣାଶୁଣା । ତେବେ ଏହା ବ୍ୟତୀତ ସେ ‘ସଂସ୍କାର ଧରୋହର ଅପନୋ କି’, ‘ସିଆଇଡି’, ‘କୃଷ୍ଣା’ ଭଳି ଅନେକ ଲୋକପ୍ରିୟ ଟିଭି ଶୋ’ରେ ଅଂଶଗ୍ରହଣ କରିଛନ୍ତି । ଏହା ବ୍ୟତୀତ ସେ ଅନେକ ଗୁଜୁରାଟୀ ନାଟକ, ଗୁଜୁରାଟୀ ଚଳଚ୍ଚିତ୍ର ଏବଂ ଅନେକ ସିରିଏଲରେ ମଧ୍ୟ କାମ କରିଥିଲେ ।

ରସିକ ଦବେ ଅଭିନେତ୍ରୀ କେତକୀ ଦେବୀଙ୍କୁ ବିବାହ କରିଥିଲେ । କେତକୀ ଏବଂ ରସିକଙ୍କର ଦୁଇଟି ସନ୍ତାନ ଅଛନ୍ତି – ରିଦ୍ଧି ଏବଂ ଅଭିଷେକ । କେତକୀ ହେଉଛନ୍ତି ‘କ୍ୟୁଁ କି ସାସ୍‌ ଭି କଭି ବହୂ ଥି’ର ଜଣେ ଚର୍ଚ୍ଚିତ ଅଭିନେତ୍ରୀ । କେତକୀ ଏବଂ ରସିକଙ୍କ ଯୋଡି ରିଆଲିଟି ସୋ ‘ନଚ୍ ବଲିଏ’ରେ ମଧ୍ୟ ଦେଖିବାକୁ ମିଳିଥିଲା । କେତକୀଙ୍କ ମାତା ସରିତା ଯୋଶୀ ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଏବଂ ତାଙ୍କ ପିତା ପ୍ରବୀଣ ଯୋଶୀ ଥିଏଟର ନିର୍ଦ୍ଦେଶକ ଥିଲେ । ତାଙ୍କର ଏକ ସାନ ଭଉଣୀ ପୁରବି ଯୋଶୀ ଅଛନ୍ତି ଯିଏ ଜଣେ ଅଭିନେତ୍ରୀ ଏବଂ ଆଙ୍କର୍ ମଧ୍ୟ । ରସିକ୍ ଏବଂ କେତକି ଗୁଜୁରାଟୀ ଥିଏଟର କମ୍ପାନୀ ମଧ୍ୟ ଚଳାଉଥିଲେ ।

nis-ad
Leave A Reply

Your email address will not be published.