ଗୋପାଳପୁର ଥାନା ସମ୍ମୁଖରେ କୀଟନାଶକ ପିଇଥିବା ମହିଳାଙ୍କ ମୃତ୍ୟୁ…

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଟିକିନା ଦାଶ ନାମକ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କୀଟନାଶକ ପିଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତି ପ୍ରାୟ ୧୨ଟା ୪୫ ମିନିଟ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରରେ ଟିକିନାଙ୍କ ଘର। ଗତ କିଛି ମାସ ହେଲା ଟିକିନା ଏବଂ ତାଙ୍କ ସ୍ୱାମୀ ସୁକାନ୍ତଙ୍କ ମଧ୍ୟରେ ପାରିବାରିକ ଝଗଡା ଲାଗି ରହିଥିଲା।

ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଟିକିନା ଗୋପାଳପୁର ଥାନାକୁ ଆସିଥିଲେ । ଥାନା ସମ୍ମୁଖରେ ଥିବା ତ୍ରିନାଥ ମନ୍ଦିରରେ ବସିଥିଲେ । ତାଙ୍କ ସ୍ବାମୀଙ୍କୁ ଡାକିବା ପାଇଁ ବାରମ୍ବାର କହୁଥିଲେ । କିନ୍ତୁ ହଠାତ କିଏ କିଛି ବୁଝିବା ପୂର୍ବରୁ ଟିକିନା ନିଜେ ଆଣିଥିବା କୀଟନାଶକ(କ୍ବିକ ଫସ)କୁ ଖାଇ ଦେଇଥିଲେ।

ଏହା ଦେଖି ନିକଟରେ ଥିବା କିଛି ପୁଲିସ କର୍ମଚାରୀ ତୁରନ୍ତ ଟିକିନା ହାତରୁ କୀଟ ନାଶକକୁ ଛଡାଇ ଥିଲେ। ହେଲେ ସେତେବେଳକୁ ଟିକିନା କିଟନାଶକର କିଛି ଅଂଶ ଖାଇ ଦେଇଥିବା ସହ ବାନ୍ତି କରିଥିଲେ ।

ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଏବଂ ଅନ୍ୟ କର୍ମଚାରୀମାନେ ଟିକିନାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ପକ୍ଷରୁ ଘଟଣା ନେଇ ୧୪୫ /୨୨ରେ ଏକ ମାମଲା ରୁଜୁ ସହ କିଟନାଶକ ଡବାକୁ ଜବତ କରାଯାଇଛି। କେଉଁ ପରିସ୍ଥିତି ରେ ମହିଳା ଜଣକ ଥାନା ସମ୍ମୁଖରେ ବିଷ ପିଇଲେ ତାହା ତଦନ୍ତ ସାପେକ୍ଷ l ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ଯେ କିଛି ଦିନ ହେଲା ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ଯାହାକି ବ୍ରହ୍ମପୁର ମହିଳା ଥାନାରେ ତଳ ଦିନେ ଉଭୟଙ୍କ ମାଧ୍ୟ୍ୟରେ ଆପୋଷ ବୁଝା ମଣା ହୋଉଥିଲା l କିନ୍ତୁ ତଥାପି ପାରିବାରିକ ଅଶାନ୍ତି ଲାଗିରହିଥିବା ସାହି ପଡୋଶୀ ଙ୍କ ମତରୁ ଜଣାପଡୁଛି, ଅନୁସନ୍ଧାନ ରୁ ଆଉ ଏକ ନୁଆଁ ତଥ୍ୟ ପଦାକୁ ଆସିଛି ଯାହାକି ମୃତ ସୁକାନ୍ତ ନାୟକ ସେହି ଅଞ୍ଚଳ ରେ ଅନେକ ଲୋକଙ୍କ ଠାରୁ ଟଙ୍କା ଧାରାକୁ ଆଣିଥିଲେ ଯାହାକି ସେମାନଙ୍କୁ ଠିକ ସମୟର ଫେରସ୍ତ ଦେଇପାରିନଥିଲେ ଧାର ଦେଇଥିବା ଲୋକମାନେ ସୁକାନ୍ତି ଙ୍କ ଘରକୁ ଆସି ନିଜ ଟଙ୍କା ପାଇଁ ପାଟି ତୁଣ୍ଡ ବି କରୁଥିଲେ ଯାହାଫଳରେ ସୁକାନ୍ତି ଓ ତାଙ୍କ ସ୍ୱାମୀ ମାନସିକ ଯନ୍ତ୍ରଣା ପାଉଥିଲେ, ଏଠାରେ ସୂଚନା ଥାଉକି ସୁକାନ୍ତି ଙ୍କ ସ୍ୱାମୀ ଜଣେ ରାଜମିସ୍ତ୍ରୀ ଭାବେ କାମ କରନ୍ତି ଏବଂ ତାଙ୍କର ୨ ଟି ଛୁଆ ଅଛି l ଗୋପାଳପୁର ପୋଲିସ ସୁକାନ୍ତି ଙ୍କ ସ୍ଵାମୀ ସୁକାନ୍ତ ଦାସ କୁ ଥାନା ରେ ଅଟକ ରଖିଥିବା ଜଣାପଡିଛି ଏବଂ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି କହିଛନ୍ତି

nis-ad
Leave A Reply

Your email address will not be published.