କାଶୀପୁର ପରେ ଏବେ କଲ୍ୟାଣସିଂପୁର ଝାଡାବାନ୍ତି

ରାୟଗଡା ଜିଲ୍ଲାରେ ଝାଡାବାନ୍ତି ଥମିବାର ନାଁ ନେଉନାହିଁ । କାଶୀପୁର ବ୍ଳକ ପରେ ଏବେ କଲ୍ୟାଣସିଂପୁର ବ୍ଳକକୁ ବ୍ୟାପିଛି ଝାଡାବାନ୍ତି । ବୁଡାଗୁଡାର ଗୁରୁତଲି ଗାଁର ୮ ଜଣ ଆକ୍ରାନ୍ତ ହୋଇଛନ୍ତି ।

ସେମାନେ ଶିକରପାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରୀ ଟିମ୍‌ ଶିକରପାଇରେ କ୍ୟାମ୍ପ କରିଛନ୍ତି ।

କାଶୀପୁରରେ ହଇଜାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୫ ଜଣ ଚିକିତ୍ସିତ ହେଉଛନ୍ତି । ୧୨୧ ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସଚେତନତା କାମ ଜାରି ରହିଛି ।

nis-ad
Leave A Reply

Your email address will not be published.