କ୍ୟାପିଟାଲ ହସପିଟାଲରେ ଭୁଲ ଇଞ୍ଜେକସନ ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ଜଣକ ହେଉଛନ୍ତି 51 ବର୍ଷୀୟ ଧଉଳି କୁମାରଡିହ ଗାଁର ସୁଶାସନ ସାହୁ ।

ମୃତକଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆଜି ସକାଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେଇଥିଲେ ।

ହେଲେ ଇଞ୍ଜେକ୍ସନ ନେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସେପଟେ ରୋଗୀ ମୃତ୍ୟୁ ଘଟଣାର ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏଲଡି ସାହୁ । ସେ କହିଛନ୍ତି, “ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିଲେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ପୋଲିସକୁ ମଧ୍ୟ ତଦନ୍ତରେ ସାହାଯ୍ୟ କରିବୁ ।”

nis-ad
Leave A Reply

Your email address will not be published.