ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

ଚଣ୍ଡିଖୋଲ ୨୯।୭: ଓଡିଶାରେ କର୍ଣ୍ଣାଟକ ପୋଲିସ । ଚୋରି ଅଭିଯୋଗରେ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ ।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର ବେଙ୍ଗାଲୁରୁ ସିଟିର ସଦାଶିବ ନଗର ପୋଲିସ ଅଚାନକ ପହଞ୍ଚିଥିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଦେକୁଡି ଗ୍ରାମରେ । ବାଲିଚନ୍ଦ୍ରପୁର ପୋଲିସ ସହାୟତାରେ ପହଞ୍ଚି ଜନୈକ ଯୁବକଙ୍କ ଘରେ ଚଢ଼ାଉ କରିଥିଲା । ସ୍ଥାନୀୟ ଯୁବକ ଜୟନ୍ତ ଦାସଙ୍କୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ବେଙ୍ଗାଲୁରୁ ଅଞ୍ଚଳରେ ରହି ଆସୁଥିଲେ । କିଛି ମାସ ହେବ ସେ ଘରକୁ ଫେରିଥିଲେ । ଏକ ଚୋରି ଘଟଣାରେ ଶୁକ୍ରବାର କର୍ଣ୍ଣାଟକ ପୋଲିସର ଏକ ଟିମ୍ ଦେକୁଡି ଗ୍ରାମରେ ଆସି ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କୁ ବାଲିଚନ୍ଦ୍ରପୁର ଥାନାକୁ ଆଣି ପଚରାଉଚରା କରୁଛି କର୍ଣ୍ଣାଟକ ପୋଲିସ ।

nis-ad
Leave A Reply

Your email address will not be published.