ରାଜ୍ୟରେ ବାଘ ସଙ୍କଟ ଦୂର କରିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ବର ୨୯।୭: ରାଜ୍ୟରେ ବାଘ ସଙ୍କଟ ଦୂର କରିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଖୁବଶୀଘ୍ର କରାଯିବ ନୂଆ ଷ୍ଟଡ଼ି । ଚିଡ଼ିଆଖାନାରେ ଜନ୍ମିତ ବାଘକୁ ହିଂସ୍ର କରି ଜଙ୍ଗଲରେ ଛାଡ଼ିବାକୁ ଯୋଜନା କରାଯାଉଛି ।

ବେଙ୍ଗାଲୁରୁର ନ୍ୟାସନାଲ ସେଣ୍ଟର ଫର ବାୟୋଲଜିକାଲ ସାଇନ୍ସେସ ସହ ମିଶି ନନ୍ଦନକାନନ ଏହି ଷ୍ଟଡ଼ି କରିବ ।

ଚିଡ଼ିଆଖାନା ବାଘମାନଙ୍କର ଜେନେଟିକ ଷ୍ଟଡ଼ି କରାଯିବ । ଏହାପରେ ଚାହିଦା ମୁତାବକ ଜଙ୍ଗଲୀ ବାଘ ବ୍ରିଡିଂ କରାଯାଇ ରାଜ୍ୟର ଜଙ୍ଗଲରେ ଥିବା ବାଘ ସଙ୍କଟ ଦୂର କରାଯାଇପାରିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି. ନାୟର କହିଛନ୍ତି ।

nis-ad
Leave A Reply

Your email address will not be published.