ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା : ବାପାଙ୍କ ପରେ ପୁଅର ବି ଗଲା ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ରାମଚନ୍ଦ୍ରପୁରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା । ବାପାଙ୍କ ପରେ ଏବେ ପୁଅଙ୍କର ବି ଚାଲିଗଲା ଜୀବନ । ମୃତକଙ୍କ ନାମ ଅଶୋକ ନାୟକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ୨୨ ତାରିଖରେ ଘର ଭିତରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା । ଏଥିରେ ବାପା-ପୁଅ ଗୁରୁତର ହୋଇଥିଲା ।

ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ୨୫ ତାରିଖ ଦିନ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିଲା । ପୁଅଙ୍କୁ ପର୍ଯ୍ୟାୟକ୍ରମେ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଏବେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଅଶୋକଙ୍କ ମୃତ୍ୟୁ ହୋଇଯାଇଛି ।

nis-ad
Leave A Reply

Your email address will not be published.