ଅଶ୍ଳୀଳ ଭିଡିଓ ଭାଇରାଲ ଧମକ ​ଦେଇ ୬ ଲକ୍ଷ ଟଙ୍କା ଲୁଟିଲା ପ୍ରେମିକ

ଭୁବନେଶ୍ୱର: ମହିଳାଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରି ଭାଇରାଲ୍‌ କରିବାକୁ ଧମକ ଦେଇ ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନୟାଗଡ଼ର ଉପେନ୍ଦ୍ର ସାହୁ । ୧୧ ମାସ ହେବ ଉପେନ୍ଦ୍ର ଫେରାର ଥିଲେ । ଗତକାଲି ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଉପେନ୍ଦ୍ର ବଡ଼ଗଡ଼ ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ସେ ବାପୁଜୀ ନଗରରେ ଏଲ୍‌ଇଡି କର୍ଣ୍ଣର ନାମରେ ଏକ ଦୋକାନ କରିଥିଲେ । ଦୁଇ ପିଲା ଓ ସ୍ୱାମୀଙ୍କ ସହ ଲକ୍ଷ୍ମୀସାଗର କେନାଲ୍‌ ବନ୍ଧ ଅଂଚଳରେ ରହୁଥିଲେ ଅସୀମା (୩୪, ଛଦ୍ମନାମ) । ଅସୀମାଙ୍କ ସ୍ୱାମୀଙ୍କର ବନ୍ଧୁ ହେଉଛନ୍ତି ଉପେନ୍ଦ୍ର । ୨୦୧୯ରେ ଏକ କାର୍ଯ୍ୟକ୍ରମରେ ଉଭୟଙ୍କର ଦେଖା ହୋଇଥିଲା । ଅସୀମା ପ୍ରଥମ ଦେଖାରେ ଉପେନ୍ଦ୍ରଙ୍କୁ ଭଲ ପାଇ ବସିଥିଲେ । ଏହାରି ଭିତରେ ଉପେନ୍ଦ୍ର ଅସୀମାଙ୍କ ଘରକୁ ଯିବା ଆସିବା କରୁଥିଲେ ।

ଉପେନ୍ଦ୍ର ମଉକା ଦେଖି ଅସୀମାଙ୍କୁ ନିଶା ଦେଇ ତାଙ୍କ ସହ ଅସଦାଚରଣ କରିଥିଲେ । ଏସବୁର ଭିଡିଓ ସୁଟିଂ ମଧ୍ୟ କରିଥିଲେ । ୨୦୨୧ ମାର୍ଚ୍ଚ ମାସରେ ଭିଡିଓ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇ ଟଙ୍କା ମାଗିଥିଲେ । ଏମିତି ଧମକ ଦେଇ ବିଭିନ୍ନ ପର୍ଯ୍ୟାୟରେ ୬ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ଉପେନ୍ଦ୍ର । ଦିନକୁ ଦିନ ଅଧିକ ଟଙ୍କା ମାଗୁଥିଲେ । କିଛି ଉପାୟ ନ ପାଇ ଶେଷରେ ଅସୀମା ୨୦୨୧ ଜୁଲାଇରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ମାମଲା ରୁଜୁ କରି ଆରମ୍ଭ କରିଥିଲା ତନାଘନା । ହେଲେ ଅଭିଯୁକ୍ତ ଉପେନ୍ଦ୍ର ଫେରାର ହୋଇ ଯାଇଥିଲେ ।

nis-ad
Leave A Reply

Your email address will not be published.