ନୂଆଦିଲ୍ଲୀ: ବେଙ୍ଗଲ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାରେ ଗିରଫ ହୋଇ ମନ୍ତ୍ରୀ ପଦ ହରାଇଥିବା ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଅଡ଼ୁଆ ବଢ଼ିଛି। ତାଙ୍କର ଦୁଇଟି ଘରୁ ନଗଦର ୫୦ କୋଟି ଟଙ୍କା ମିଳିଥିବା ବେଳେ ବିପୁଳର ପରିମାଣର ସୁନା ଅଳଙ୍କାର ଜବତ ହୋଇଛି। କିନ୍ତୁ ଏବେ ସେ ଆହୁରି କୋଟି କୋଟି ଟଙ୍କା ଲୁଚା ରଖିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଣିବାକୁ ପାଇଛି। ତାଙ୍କର ୪ଟି ଦାମୀ କାର ହଠାତ ଗାଏବ ହୋଇଯାଇଛି। ଏହି ୪ଟି କାରରେ ଟଙ୍କା ଭର୍ତ୍ତି ହୋଇ ରହିଥିବା ଇଡି ସନ୍ଦେହ କରୁଛି। ଏଥିପାଇଁ କାରଗୁଡ଼ିକ ଠାବ କରିବା ପାଇଁ ଅର୍ପିତାଙ୍କ ଲିଙ୍କ ଥିବା ବିଭିନ୍ନ ଠିକଣାରେ ତଦନ୍ତକାରୀ ଅଧିକାରୀମାନେ ରେଡ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରି ଇଡି ଜେରା କରୁଛି। ଏହି ସମୟରେ ତାଙ୍କ ଠାରୁ ୪ଟି ଦାମ କାର ସମ୍ପର୍କରେ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଗୋଟିଏ ଅଡି ଏ୪, ଗୋଟିଏ ହୁଣ୍ଡା ସିଟି, ଗୋଟିଏ ହୁଣ୍ଡା ସିଭିଆର ଓ ଗୋଟିଏ ମର୍ସିଡିଜ ବେଞ୍ଜ ଅର୍ପିତାଙ୍କର ରହିଥିଲା। ସେ ଗିରଫ ହେବାର ଦିନକ ପୂର୍ବରୁ ହିଁ କାର ଗୁଡ଼ିକ ଗାଏବ ହୋଇଯାଇଛି। ଏହି କାରଗୁଡ଼ିକରେ ଟଙ୍କା ଭର୍ତ୍ତି କରି ଅନ୍ୟତ୍ର ନିଆଯାଥିବା ଇଡି ସନ୍ଦେହ କରୁଛି।
ଅର୍ପିତାଙ୍କୁ ଗିରଫ କରିବା ବେଳେ ଇଡିର ଅଧିକାରୀମାନେ କେବଳ ଧଳା ରଙ୍ଗର ଗୋଟିଏ ମର୍ସିଡିଜ କାର ହିଁ ତାଙ୍କ ଘରୁ ଜବତ କରିଥିଲେ। ବାକି କାରଗୁଡ଼ିକ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନି। କାରଗୁଡ଼ିକୁ ଠାବ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଛି। ସେହିପରି ବିଭିନ୍ନ ସ୍ଥାନରେ ରେଡ ଚାଲିଛି।
ଇଡିର ସୂଚନା ଅନୁଯାୟୀ, କୋଲକାତାର ବେଲଘରିଆର କ୍ଲବଟାଉନ ହାଇଟ୍ସରେ ଅର୍ପିତାଙ୍କର ଦୁଇଟି ଫ୍ଲାଟ ରହିଛି। ଗୁରୁବାର ଏଠାରେ ଥିବା ଦୁଇଟି ଫ୍ଲାଟ ମଧ୍ୟରୁ ଗୋଟିଏରେ ରେଡ କରାଯାଇଥିଲା। ଏହି ସମୟରେ ସେଠାରୁ ନଗଦ ୩୦ କୋଟି ଟଙ୍କା ଓ ୫ କେଜି ଓଜନର ସୁନା ଅଳଙ୍କାର ମିଳିଛି। ତେବେ ଦ୍ୱିତୀୟ ଫ୍ଲାଟରୁ କୌଣସି ପ୍ରକାରର ଟଙ୍କା କିମ୍ବା ସୁନା ମିଳିନାହିଁ। ଗତ ଶୁକ୍ରବାର କୋଲକାତାର ଟୋଲଗଞ୍ଜରେ ଥିବା ଡାଇମଣ୍ଡ ସିଟି ସ୍ଥିତ ଅର୍ପିତାଙ୍କ ଘରୁ ନଗଦ ୨୧ କୋଟି ଟଙ୍କା ଓ ୨ କୋଟି ଟଙ୍କାର ସୁନା ବାର ମିଳିଥିଲା। ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.