ଦୁଇ ନିଶା ବେପାରୀଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ

ଭୁବନେଶ୍ୱର: ନିଶା ମାଫିଆ ଅରୁଣ ପ୍ରଧାନ ଓ ବନମାଳୀ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଏନ୍‌ଡିପିଏସ୍‌ ବଳରେ କୋଲକାତାର ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଏହି ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଜବତ ସମ୍ପତ୍ତି ମଧ୍ୟରେ ୫ଟି କମର୍ସିଆଲ ବିଲ୍ଡିଂ, ୮ଟି ପ୍ଲଟ୍, ୫୯୫ ଗ୍ରାମ ସୁନା,୧୯ଟି ବ୍ୟାଙ୍କ ଆକାଉଣ୍ଟ ଓ ଦୁଇଟି ଗାଡ଼ି ରହିଛି।

ଏହି ସବୁ ସମ୍ପତ୍ତି କିଛି ଅରୁଣ ଓ ବନମାଳୀ ନିଜ ନାଁରେ ରଖିଥିବା ବେଳେ ଆଉ କିଛି ନିକଟ ସର୍ମ୍ପକୀୟଙ୍କ ନାଁରେ ରହିଛି। ଅରୁଣ ଓ ବନମାଳୀଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରେ। ଏମାନେ ସମ୍ପର୍କରେ ଦୁଇ ଭାଇ ହେବେ।

ଅରୁଣ ଓ ଓ ବନମାଳୀ ଗଞ୍ଜେଇ, ଅଫିମ ନିଶା କାରବାର କରୁଥିବା ଏସ୍‌ଟିଏଫ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ଗଞ୍ଜେଇ ବିକ୍ରି କରିବା ପାଇଁ ଯାଉଥିବା ବେଳେ ୨ଭାଇଙ୍କୁ ଧରିଥିଲା। ସେମାନଙ୍କ ପାଖରୁ ୧୦୭କେଜି ଗଞ୍ଜେଇ ଓ ୫୧୭ଗ୍ରାମ୍ ଅଫିମ ଜବତ କରିଥିଲା। ଏହାସହ ସୁନା,ରୁପା, ଗାଡ଼ି ଓ ପ୍ଲଟ୍‌ ଜବତ କରିଥିଲା। ଏସବୁ ନିଶା କାରବାର କରି ୨ ଭାଇ ଉପାର୍ଜନ କରିଥିବାରୁ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋଲକାତାର କମ୍ପିଟେଣ୍ଟ ଅଥରିଟି କୋର୍ଟରେ ଏସ୍‌ଟିଏଫ୍ ଆବେଦନ କରିବ ବୋଲି ଏସ୍‌ଟିଏଫ୍ ଡିଏସ୍‌ପି ସୂଚନା ଦେଇଥିଲେ।

nis-ad
Leave A Reply

Your email address will not be published.