ଡ୍ରେନ ସଫା ଵେଳେ ଭୁଶୁଡିଲା ପାଚେରୀ, ଚାପି ହୋଇ ସଫେଇ କର୍ମଚାରୀ ମୃତ

କଟକ: ସେଲଟର ଛକ ନିକଟ ସେଲଟାକ୍ସ କଲୋନୀ ନିକଟରେ ଡ୍ରେନ ସଫା କରିବା ସମୟରେ ପାଚେରୀ ଭୁଶୁଡ଼ି ପଡିଵାରୁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। କର୍ମଚାରୀ ଜଣଙ୍କ ପାଚେରୀ ତଳେ ଚାପି ହୋଇଯିଵାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଭି. ଗୁରୁମୂର୍ତ୍ତି। ସେଲଟର ଛକ ନିକଟ ସେଲଟାକ୍ସ କଲୋନୀ ନିକଟରେ ଡ୍ରେନ ସଫା କରିବା ସମୟରେ ପାଚେରୀ ଭୁଶୁଡ଼ି ପଡିଥିଲା।

ଏହି ସମୟରେ ପାଚେରୀ ତଳେ ଭି. ଗୁରୁମୂର୍ତ୍ତି ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଆମ୍ବୁଲାନ୍ସକୁ ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକେ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିଵାରେ ଵିଳମ୍ବ ହୋଇଥିଲା। ଫଳରେ ସିଏମସି ଅଳିଆ ଵୁହା ଗାଡିରେ ଗୁରୁତର ସଫେଇ କର୍ମଚାରୀ ଗୁରୁମୂର୍ତ୍ତିଙ୍କୁ ଏସସିଵି ମେଡିକାଲ ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେଵେ ଅଳିଆ ଵୁହା ଗାଡ଼ିରେ ଗୁରୁତର ଗୁରୁମୂର୍ତ୍ତି ଙ୍କୁ ଅଣାଯିଵା ସମୟରେ ସେ ଜୀଵିତ ଥିଲେ ଵୋଲି ଅଳିଆ ଵୁହା ଗାଡିର ଡ୍ରାଇଭର କହିଛନ୍ତି।

ଅଳିଆ ଵୁହା ଗାଡିରେ ଗୁରୁତର ସଫେଇ କର୍ମଚାରୀ ମେଡିକାଲ ଆସିଵାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। କଟକ ସହର ଭିତରେ ଯଦି ଗୁରୁତର ଆହତଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରୁନି ଓ ସଫେଇ କର୍ମଚାରୀ ଭାଗ୍ୟ ଆଦରି ଅଳିଆ ଵୁହା ଗାଡ଼ିରେ ଡାକ୍ତରଖାନା ଆସୁଛନ୍ତି। ତେଵେ ଏଭଳି ଆମ୍ବୁଲାନ୍ସ ସେଵା କାହା କାମରେ ଆସୁଛି ଵୋଲି ପ୍ରଶ୍ନ ଉଠିଛି।

nis-ad
Leave A Reply

Your email address will not be published.