ନକଲି ଡାଲି ଓ ଜର୍ଦ୍ଦାକୁ ପୋତିଲା CMC

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି ସିଲଭର ସିଟି । ଗତ କିଛି ଦିନ ଧରି ଏଠାରୁ ଲଗାତର ଭାବେ ଜବତ ହୋଇଛି ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ । କଟକ ଜଗତପୁର ଅଞ୍ଚଳ ହେଉ କି ମାଲଗୋଦାମ ଅଞ୍ଚଳ । ଏଠାରୁ ଅଧିକାଂଶ ସମୟରେ ନକଲି ସାମଗ୍ରୀ ଜବତ କରୁଛି ସିଏମସି(CMC) ।

ଗତ କିଛି ଦିନ ପୂର୍ବରୁ ମାଲଗୋଦାମ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରେଡ କରାଯାଇଥିଲା । ଏଠାରୁ ଶହେ ବସ୍ତା ଅପମିଶ୍ରିତ ଡାଲି ଜବତ କରିଥିଲା ସ୍ବାସ୍ଥ୍ୟ ବିଭାଗ । ଜବତ ହୋଇଥିବ କୁଇଣ୍ଟାଲ କୁଇଣ୍ଟାଲ ନକଲି ଡାଲିକୁ ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିଏମସି କର୍ତ୍ତୃପକ୍ଷ ଜଗତପୁର ଶିଳ୍ପାଞ୍ଚଳରେ ପୋତି ଦେଇଛନ୍ତି । ସେହିପରି ପୂର୍ବରୁ ବାଦାମବାଡି ଥାନା ଅଞ୍ଚଳରୁ ଜବତ ହୋଇଥିବା ନକଲି ଜର୍ଦ୍ଦା ଏବଂ ଜଗତପୁର ଥାନା ଅଞ୍ଚଳରୁ ଜବତ ହୋଇଥିବା ପାନ ମସଲାକୁ ସିଏମସି ପୋତି ଦେଇଛି । ଏସବୁ ସାମଗ୍ରୀର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସିଏମସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ସେପଟେ ସିଏମସି ଅଞ୍ଚଳର ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀର ବିକ୍ରୟ ହେଉଥିବା ନେଇ ଅଭିଯୋଗ ଆସିଛି । ସେହି ସବୁ ଅଭିଯୋଗର ଯାଂଚ ହେଉଛି, ଯାଂଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.