ଶୌଚବେଳେ ବୁଡ଼ିଯାଇଥିଲେ ଯୁବକ, ୨ ଦିନ ପରେ ମିଳିଲା ମୃତଦେହ

ଟାଙ୍ଗୀ: ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହାଟବରଡ଼ିହ ପଞ୍ଚାୟତ ତରାପି ଗାଁରେ ଘଟିଛି ଏହି ଅଘଟଣ। ଆଜକୁ ୨ ଦିନ ପୂର୍ବେ ତରାପି ଗାଁର ତପନ ବିଶ୍ୱାଳ ସନ୍ଧ୍ୟା ସମୟରେ ଏହି ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ, ଅନେକ ସମୟ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ ।

ଗାଁ ଲୋକେ ଜାଣିବାକୁ ପାଇଥିଲେ ଯେ ତରାପି ଗାଁର ପଦ୍ମ ପୋଖରୀରେ ଶୌଚ ବେଳେ ତପନ ପୋଖରୀରେ ବୁଡି ଯାଇଛି । ସ୍ଥାନୀୟ ଲୋକମାନେ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବିଭାଗର କର୍ମଚାରୀ ଦୀର୍ଘ ୨ ଦିନ ଧରି ଖୋଜାଖୋଜି ଜାରି ରଖିଥିଲେ ହେଁ ତପନକୁ ଠାବ କରିବାରେ ବିଫଳ ହୋଇଥିଲେ । ଆଜି ହଠାତ୍ ସେହି ପୋଖରୀରେ ତପନର ମୃତଦେହ ଭାସୁଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

nis-ad
Leave A Reply

Your email address will not be published.