ଦ୍ରୌପଦୀ ମୁର୍ମୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଓ ପ୍ରୟାସକୁ ବିଧାନସଭାରେ ପ୍ରସଂଶା, ଶପଥ ସମାରୋହରେ ଯୋଗଦେବେ ନୀବନ
ଭୁବନେଶ୍ବର: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତ୍ୟେକ ଓଡ଼ିଆ ତାଙ୍କ ସଫଳତା ପାଇଁ ଗର୍ବିତ ବୋଲି ତାଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଓ ବିଜୟକୁ ସୁନିଶ୍ଚିତ କରିବାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ବିଧାନସଭାରେ ପ୍ରଶଂସା କରାଯାଇଛି।
ଆସନ୍ତା 25ରେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ନେବେ। ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ବିଧାନସଭାରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା।ଦେଶର ସର୍ବୋଚ୍ଚ ପଦରେ ବସିବାକୁ ଯାଉଛନ୍ତି ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ। 15 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଯାହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେପଟ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଓ ପ୍ରୟାସକୁ ପ୍ରସଂଶା କରାଯାଇଛି।
ସେପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଗତକାଲି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିନ ଥିଲା। ମୁଖ୍ୟମନ୍ତ୍ରୀ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଜଣାଇଲେ। ଯେଉଁ ଜଣେ ଭାଇ ଦ୍ରୌପଦୀଙ୍କୁ ମାଟି ପାଇଁ ସମର୍ଥନ ଦେଇଛନ୍ତି ତାଙ୍କୁ ଧନ୍ୟବାଦ। ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦରେ ବସାଇ ଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ପ୍ରସ୍ତାବ ରଖିଲେ। ଆଜି ବିଧାନସଭାର ଶୂନ୍ୟକାଳରେ ନବ ନିର୍ବାଚିତ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ଲାଗି ବିଧାନସଭା ପକ୍ଷରୁ ସର୍ବସମ୍ମତ କ୍ରମେ ଧନ୍ୟବାଦ ପ୍ରସ୍ତାଵ ଦେବା ଲାଗି ଦାବି କରିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଆସନ୍ତା 25 ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କର ଶପଥ ଗ୍ରହଣ ଉତ୍ସବ ରହିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।