ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଏନେଇ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଚୟନ ହୋଇଛନ୍ତି । ଦେଶର ସର୍ବୋଚ୍ଚ ପଦବୀରେ ଓଡିଆ ଝିଅ ଚୟନ ହୋଇଥିବାରୁ ପ୍ରତିଟି ଓଡିଆଙ୍କ ପାଇଁ ଆଜି ଗର୍ବର ଦିନ । ଓଡିଶା ମାଟିର ଝିଅକୁ ଶୁଭେଚ୍ଛା ।
୩ୟ ପର୍ଯ୍ୟାୟ ଭୋଟ ଗଣତି ପରେ ଜିତିଛନ୍ତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫, ୭୭, ୭୭୭ ରହିଛି । ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବହୁ ପଛରେ ପକାଇ ଇତିହାସ ରଚିଛନ୍ତି ଦ୍ରୌପଦୀ । ପ୍ରଥମ ଆଦିବାସୀ ମହିଳା ଭାବେ ସେ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ।