ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବିଭିନ୍ନ ଜିଲ୍ଲାରେ ବ୍ୟାପକ ପରିମାଣର ଟିକା ମହଜୁଦ୍ କରି ରଖାଯାଉଛି । କେନ୍ଦ୍ରରୁ ଆଜି ସକାଳେ ପୁଣି ୪.୮ ଲକ୍ଷ କୋଭିସିଲଡ଼ ଟିକା ଆସି ପହଞ୍ଚିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଆମ ପାଖରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି।ଯାହାଫଳରେ ଆଜି ରାତି ସୁଧା ସବୁ ଜିଲ୍ଲାକୁ ଟିକା ପଠାଯିବ ।
ଯାହାଫଳରେ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ସ୍ୱାଭାବିକ ଟିକାକରଣ ହେବ । ଏହାର ପ୍ରଥମ ଡୋଜ ୯୯.୮ ପ୍ରତିଶତ ନେଇ ସାରିଛନ୍ତି ଏବଂ ଦ୍ୱିତୀୟ ଡୋଜ ଟିକା କରଣ ମଧ୍ୟ ଚାଲିଛି ।