ସିଏମ୍‌ସିର ଉଚ୍ଛେଦ ବେଳେ ଛିଣ୍ଡି ପଡ଼ିଲା ବିଦ୍ୟୁତ୍‌ ତାର, ୪ ଆହତ

କଟକ: ଜବର ଦଖଲ ଉଚ୍ଛେଦ କରା ଯାଉଥିବା ସମୟରେ ଅଘଟଣ । ବିଜୁଳି ତାର ଘର ଉପରେ ଛିଣ୍ଡି ପଡିବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କଟକ ଯୋବ୍ରା ରହମାନ୍ ଛକରୁ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ସିଏମସି ଜବର ଦଖଲ ଉଚ୍ଛେଦ କଲାବେଳେ ବିଜୁଳି ତାର ଛିଣ୍ଡି ଘର ଉପରେ ପଡିଯାଇଥିଲା । ଫଳରେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।ଉଚ୍ଛେଦ ସମୟରେ ଅଘଟଣ,ବିଦ୍ୟୁତ ତାର ଛିଣ୍ଡି ୪ଗୁରୁତର

ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଲାଇନ ନକାଟି ସିଏମସି ଉଚ୍ଛେଦ କରୁଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଲାଇନ ନକାଟି ସିଏମସି କିପରି ଉଚ୍ଛେଦ କରୁଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ଏନେଇ କାହାର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

nis-ad
Leave A Reply

Your email address will not be published.