ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକ ଉଦ୍ଧାର

ରାୟଗଡା: ନାଗାବଳୀ ନଦୀରେ ଫସିଥିବା ଦୁଇ ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି । ଅଗ୍ନିଶମବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛିା ହଠାତ ବନ୍ୟା ପାଣି ଆସିବା ଫଳରେ ୨ ଜଣ ନଦୀ ମଧରେ ଫସିଯାଇଥିଲେ । ରାୟଗଡା ଜିଲ୍ଲା ଦେଇ ଯାଇଥିବା ନାଗାବଳୀ ନଦୀରେ ଏହି ଦୁଇ ଜଣ ଫସିଯାଇଥିଲେ ।

ଝୁଲା ବ୍ରିଜ୍ ନିକଟରେ ଫସିଥିବା ଏହି ଦୁଇଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମବାହିନୀ ଉଦ୍ୟମ ଜୋରଦାର ଉଦ୍ୟମ କରିଥିଲେ । ଏ ଦୁଇ ଜଣ କାଶୀପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.