ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ୪୮ ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ

ଭୁବନେଶ୍ବର: ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଆୟୋଜିତ ହେଇଛି ୪୮ ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ। କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ସ୍ୱଇମିଙ୍ଗ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୮ ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆଜିଠାରୁ ଆରମ୍ଭ ହେଇଛି I ବିଜୁ ପଟ୍ଟନାୟକ ସ୍ୱଇମିଙ୍ଗପୁଲ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେଉଥିବା ଏହି ଚାମ୍ପିଅନସିପ ୫ ଦିନ ଧରି ଚାଲିବ I ଏହି ପ୍ରତିଯୋଗିତାରେ ୩୦ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରୁ ମୋଟ ୮୫୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି I

ସ୍ବିମିଙ୍ଗରେ ୨୫୪ ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୫୨୮ ଜଣ ପ୍ରତିଯୋଗୀ ରହିଥିବା ବେଳେ ୱଆଟର୍ ପୋଲୋରେ ୧୦୫ ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୩୨୫ ଜଣ ପ୍ରତିଯୋଗୀ ରହିଛନ୍ତି I ପ୍ରତିଯୋଗିତା ନିମନ୍ତେ ୭୫ ଜଣ ଟେକ୍ନିକାଲ ଅଧିକାରୀ ଏବଂ ୫୦ ଜଣ ସହାୟକ କର୍ମଚାରୀ ରହିଛନ୍ତି I ଓଡିଶାରୁ ୧୨ ଜଣ ବାଳକ ଓ ୮ ଜଣ ବାଳିକା ସମେତ ମୋଟ ୨୦ ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି I

nis-ad
Leave A Reply

Your email address will not be published.