ବାଲିଗୁଡା ସଂକୁଳର ଏକଦିନିଆ କର୍ମଶାଳା ଅନୁଷ୍ଠିତ

ଫୁଲବାଣୀ/ବାଲିଗୁଡା:- କନ୍ଧମାଳ ଜିଲ୍ଲାର ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାଲିଗୁଡା ସଂକୁଳର ଏକଦିନିଆ କର୍ମଶlଳା ଅନୁଷ୍ଠିତ ହୋଇ ଯାଇଛି l ସଂକୁଳ ସଂଯୋଜକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନା ଓ ସଂକୁଳ ପ୍ରମୁଖ ଶ୍ରୀ ତୀର୍ଥବlସି ଘଡ଼lଇଙ୍କ ମାର୍ଗ ଦର୍ଶନରେ ଆୟୋଜିତ ଏହି କର୍ମଶlଳାରେ ସଂସ୍କୃତି ବୋଧ ପରିଯୋଜନା, ବୈଦିକ ଗଣିତ, ବିଜ୍ଞାନରେ ପ୍ରଶ୍ନ ମଞ୍ଚ, ପତ୍ର ବlଚନ, ପ୍ରୟୋଗ, ପ୍ରକଳ୍ପ, ନିବନ୍ଧ ଆଦି ବିଷୟ କିପରି ଶିଶୁ ମାନେ କରିବେଆଲୋଚନା କରାଯାଇଥିଲା l ସଂସ୍କୃତି ବୋଧ ପରିଯୋଜନା ପୁଲବାଣୀ ବିଭାଗ ପ୍ରମୁଖ ତଥା ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ କର୍ମଶଳା ପରିଚାଳନା କରିବା ସହ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ l ଏଥିରେ ବାଲିଗୁଡା, ରାଇକିଆ, ଦାରିଙ୍ଗବାଡ଼ି, ତୁମୁଡିବନ୍ଧ, ସାରଙ୍ଗଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପଚିଶରୁ ଅଧିକ ଆଚାର୍ଯ୍ୟ ଆଚାର୍ଯ୍ୟl ଯୋଗ ଦେଇଥିଲେ l ପ୍ରକାଶ ଥାଉକି ଏହି ପ୍ରତିଯୋଗୀତା ଆସନ୍ତା ଅଗଷ୍ଟ ଏକୋଇଶିରେ ରାଇକିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହେବ l

nis-ad
Leave A Reply

Your email address will not be published.