ଓଟିଏମ୍‌ ପୁନରୁଦ୍ଧାର ଲାଗି ସରକାର ପ୍ରତିଶ୍ରୁତି ବଦ୍ଧ

ଭୁବନେଶ୍ୱର,: ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଚାଲିଥିବା ବେଳେ ଶୁକ୍ରବାର ଓଟିଏମ୍‌ ପୁନରୁଦ୍ଧାର ପ୍ରସଙ୍ଗ ବିଧାନସଭା ପ୍ରଶ୍ନକାଳରେ ଉଠିଥିଲା। କଟକ ଚୌଦ୍ବାର ବିଧାୟକ ସୌଭିକ ବିଶାଳ ଏହି ପ୍ରସଙ୍ଗ ଉଠାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ନେଇ ଓଟିଏମ୍‌ ଜମି ନିଲାମ ହୋଇପାରିବ ନାହିଁ । ଓଟିଏମ୍‌ ପୁନରୁଦ୍ଧାର ନେଇ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ତାର ଷ୍ଟାଟସ କ’ଣ ?

ଚଳିତ ମାସ ୨୧ ତରିଖରେ ହାଇକୋର୍ଟରେ ଶୁଣାଣି ଅଛି । ଏହା ପୂର୍ବରୁ ସମସ୍ତ ନଥିପତ୍ର ପ୍ରସ୍ତୁତ କରି ଦାଖଲ କରିବାକୁ ବିଧାୟକ ପ୍ରସ୍ତାବ ଦେଇଛନ୍ତି ।
ଅନ୍ୟପଟେ ଓଟିଏମ୍‌କୁ ପୁନରୁଦ୍ଧାର ଲାଗି ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ କହିଥିଲେ ।

nis-ad
Leave A Reply

Your email address will not be published.