ଭ୍ରମରବାଡି ପଞ୍ଚାୟତ ମହକୁମା ରାସ୍ତା ପାଲଟିଛି ମରଣ ଯନ୍ତା

ଦାରିଙ୍ଗବାଡି, (୧୫/୭) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ମହକୁମାକୁ ଗ୍ରାମ୍ୟ ଉନ୍ନୟ (ଆରଡି) ବିଭାଗ ରାସ୍ତା ରହିଛି। ବ୍ଲକ ମହକୁମା ଠାରୁ ଏହି ପଞ୍ଚାୟତ ମହକୁମାର ଦୂରତା ପ୍ରାୟ୧୫ କି.ମି । ଆରଡି ବିଭାଗର ରକ୍ଷଣବେକ୍ଷଣ ଅଭାବରୁ ପ୍ରାୟ ପାଞ୍ଚ କିଲୋ ମିଟର ରାସ୍ତାର ସମ୍ପୂର୍ଣ ଭାବେ ପିଚୁ ଉଠି ଯାଇ କେବଳ ମେଟାଲ ରହିଛି ।  ମୋଟର ସାଇକେଲ ଅରୋହିଙ୍କ ସହିତ ଅଟୋ ଓ ଚାରିଚକିଆ ଗାଡି ସବୁ ରାସ୍ତାର ମେଟାଲ ଉଠି ଯାଇ ରାସ୍ତା ଉପରେ ବିଛେଇ ହୋଇ ପଡି ଥିବାରୁ ବାଧ୍ୟ ହୋଇ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଯାତାୟତ କରୁଥିବାରୁ ରାସ୍ତା କଡରେ ଆଉ ଏକ ନୂତନ ରାସ୍ତା ନିର୍ମାଣ ହୋଇଥିବା ମନେହୁଏ । ସେହି ପରି ଲଗାଣ ବର୍ଷା ଯୋଗୁଁ ରାସ୍ତା କଡରେ ଗର୍ତ୍ତ ସୃଷ୍ଟି ହୋଇଥିବାବି ଦେଖିବାକୁ ମିଳିଛି। ବେଳ ଥାଉଣୁ ରାସ୍ତା କଡରେ ନିର୍ମିତ ହୋଇ ଥିବା ଗର୍ତ୍ତର ମରାମତି କରାନଗଲେ ଆଗକୁ ହେବାକୁଥିବା ବର୍ଷାରେ ଭ୍ରମରବାଡ଼ି ପଞ୍ଚାୟତ ବାସୀ ବାହ୍ୟ ଜଗତରୁ ବିଛିନ୍ନ ହେବାର ଆଶଙ୍କା କରୁଥିବା ଏଡେଇ ଦେଇ ହେବନାହିଁ।

ଏହି ରାସ୍ତା ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀଙ୍କୁ ସପ୍ତାହକ ପୂର୍ବରୁ ଅବଗତ କରାଯିବାରୁ ଅତିଶୀଘ୍ର ରାସ୍ତାରେ ହୋଇଥିବା ଗର୍ତ୍ତର ମରାମତି କରାଯିବ କହିଥିଲେ। ହେଲେ ଗତକାଲି ଫୋନ ଯୋଗେ ସରପଞ୍ଚ ଶ୍ରୀ ନରତମ ପ୍ରଧାନଙ୍କୁ ରାସ୍ତାର ମରାମତି ସମ୍ପର୍କରେ ପଚାରି ବୁଝିବାରୁ ଏଯାଏ କୌଣସି କାମ ହୋଇ ନଥିବା ସୂଚନା ଦେଇଛନ୍ତି। ପକ୍କା ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ବାସୀଙ୍କ ବହୁ ଅଭିଯୋଗ ପରେ ଘୁ ଉଦୟଗିରି ବିଧାୟକ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଦାରିଙ୍ଗବାଡି ଦେଇ ଯାଇଥିବା ୫୯ଜାତୀୟ ରାଜପଥର ଗୁଡିବାଲି ଛକ ଠାରୁ ଭ୍ରମରବାଡି ପଞ୍ଚାୟତ ମକୁମାଦେଇ କେରୁବାଡି ଗାଁଯାଏ ଓ କେରୁବାଡି ଠାରୁ ଆଡ଼ିପଙ୍କା ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ ଚଳିତ ବର୍ଷ ୬-୧-୨୦୨୨ ରେ କରିଥିଲେ ସୁଧା ଆଜିଯାଏ ରାସ୍ତା ନିର୍ମାଣର ଶୁଭାରମ୍ଭ ମଧ୍ୟ କରା ଯାଇନାହିଁ। ପ୍ରକାଶ ଥାଉକି ଏହି ପଞ୍ଚାୟତ ଅଞ୍ଚଳକୁ ୨୦୧୦-୨୦୧୨ରେ ମାଓ ପ୍ରଭାବ ଅଞ୍ଚଳ କୁହାଯାଉଥିଲା। ଏହି ପଂଚାୟତର କେରୁବାଡିରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହୋଇଥିଲା। ସେହି ସମୟରେ ପୋଲିସ ଗୁଳିରେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିଲା। ଅତିଶୀଘ୍ର ପକ୍କା ରାସ୍ତା କରା ଯିବାକୁ ପଞ୍ଚାୟତ ବାସୀ ପକ୍ଷରୁ ଦାବୀ କରା ଯାଉଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.