ନୂଆଦିଲ୍ଲୀ: ହିଜାବ ବ୍ୟାନକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ବିପକ୍ଷରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଏଥିପାଇଁ କୋର୍ଟ ରାଜି ହୋଇଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହରେ ଏମହି ମାମଲାରା ରୁଣାରି କାବଆ ସବୋନ୍ୟାଳୟ। ଗତ ମାର୍ଚ୍ଚ ମାସରେ କର୍ଣ୍ଣାଟକ ହାଇକୋର୍ଟ କହିଥିଲେ ଯେ, ହିଜାବ ଇସଲାମ ଧର୍ମର ଅଂଶବିଶେଷ ନୁହଁ ବୋଲି ରାୟ ଦେଇଥିଲେ। ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନା ଏକ ଉପଯୁକ୍ତ ବେଞ୍ଚ ସମ୍ମୁରେ ମାମଲା ଉପସ୍ଥାପନ କରିବାକୁ ରାଜି ହୋଛନ୍ତି। ଏ ସମ୍ପର୍କରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ସୂଚନା ଦେଇଛନ୍ତି। ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ମାମାଲାଟିକୁ ଗତ ମାର୍ଚ୍ଚ ମାସରେ ହିଁ ଆବେଦନ କରାଯାଇଥିଲା। ହେଲେ ଶୁଣାଣି ପାଇଁ ଲିଷ୍ଟିଂ ହୋଇ ନଥିଲା।
କର୍ଣ୍ଣାଟକ ହାଇକୋର୍ଟ ସ୍କୁଲରେ ହିଜାବ ପିନ୍ଧିବା ଉପରେ ଲାଗିଥିବା ବ୍ୟାନକୁ କାଏମ ରଖିଥିଲେ। ଶିକ୍ଷାନୁଷ୍ଠାନରେ ହଜାବ ଅନୁମତି ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ, ହିଜାବ ଇସଲାମ ଧର୍ମର ଅଂଶ ବିଶେଷ ନୁହେଁ। ଧର୍ମୀୟ ପ୍ରଥାରେ ହିଜାବ ବାଧ୍ୟତାମୂଳକ ନୁହେଁ। ସ୍କୁଲରେ ପ୍ରଚଳିତ ୟୁନିଫର୍ମକୁ ପିନ୍ଧିବାକୁ କେହି ବି ମନା କରିପାରିବେ ନାହିଁ। ନିୟମ ପ୍ରଣୟନ କରିବାର ଅଧିକାର କର୍ଣ୍ଣାଟକ ସରକାରଙ୍କ ରହିଛି। ତେଣୁ ହିଜାବ ଉପରେ ସରକାର ଲଗାଇଥିବା ବ୍ୟାନକୁ ବଦଳାଇବାର କୌଣସି ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ମାସରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା। ଏପରିକି କର୍ଣ୍ଣାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପି ଥିଲା। ଯାହାକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ଏହାପରେ ଉଡୁପିର ୬ ଜଣ ମୁସଲିମ ଶିକ୍ଷାର୍ଥୀ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୁସଲିମ ଛାତ୍ରୀ ନିବା ନାଜଙ୍କ ପକ୍ଷରୁ ମଧ୍ୟ ଗୋଟିଏ ସ୍ପେଶାଲ ଲିଭ ପିଟିସନ ଆଗତ କରାଯାଇଛି।
ଆବେଦନକାରୀ କହିଛନ୍ତି, କର୍ଣ୍ଣାଟକ ଶିକ୍ଷା ଆଇନ ଶିକ୍ଷାର୍ଥୀଙ୍କ ପାଇଁ କୌଣସି ଡ୍ରେସ କୋଡ ବାଧ୍ୟତାମୂଳକ କରିନାହିଁ। ସେହିପରି ଗୋନୀୟତାର ଅଧିକାର ମଧ୍ୟରେ ହିଜାବ ଆସୁଛି। ଏହାକୁ ହାଇକୋର୍ଟ ବିଚାରକୁ ନେଇନାହାନ୍ତି। ଧର୍ମର ସ୍ୱାଧୀନତା ଓ ବିବେକର ସ୍ୱାଧୀନତା ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବାରେ ହାଇକୋର୍ଟ ତ୍ରୁଟି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.