ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର, ୧୩/୦୭ : ଯାଜପୁର ଜିଲ୍ଲା କୁଆଖିଆ ଥାନା ଯୋକଡ଼ିଆ ପୁରୁଣା ବ୍ରିଜ୍ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ। ଯୁବତୀ ଜଣଙ୍କ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ରିଜ୍ ଉପରୁ ଯୁବତୀଙ୍କ ସାଇକେଲ ଓ ଚପଲ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ମୁତାବକ, ବୁଧବାର ସକାଳେ ଯୁବତୀ ଜଣକ ଘରୁ ସାଇକେଲ ନେଇ ଯୋକଡ଼ିଆ ବଜାରକୁ ଆସିଥିଲେ। ପ୍ରଥମେ ସେ ବ୍ରିଜ୍ ନିକଟରେ ଥିବା ଏକ ଜଳଖିଆ ଦୋକାନରୁ ପାଣି ପିଇଥିଲେ। ଏହାପରେ ବ୍ରିଜ ଉପରେ ନିଜ ସାଇକେଲ ଓ ଚପଲ ରଖି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଥିଲେ। ଯୁବତୀ ଜଣକ ସ୍ଥାନୀୟ ବାଉଁଶଅଣ୍ଟା ଅଞ୍ଚଳର ହୋଇଥିବା ଜଣାପଡିଛି। ତେବେ ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛି।

nis-ad
Leave A Reply

Your email address will not be published.