ମୋ ଝିଅକୁ ନ୍ୟାୟ ଦିଅ: ଲୋୟର ପିଏମ୍‌ଜି ରେ ଧାରଣା ଦେଲେ ରୁଚିକାଙ୍କ ମା

ଭୁବନେଶ୍ୱର : ନ୍ୟାୟ ଦାବୀରେ ଅଟଳ ରହିଛନ୍ତି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଙ୍କ ମା । ଏହି ଘଟଣାକୁ ୧୨ ଦିନ ବିତି ଗଲାଣି ମଧ୍ୟ କିନ୍ତୁ ମୃତ ଛାତ୍ରୀଙ୍କୁ ନ୍ୟାୟ ମିଳିପାରିନାହିଁ। ଏବେବି ପୋଲିସ ହାତ ଖାଲି ।

ସେପଟେ ଝିଅକୁ ନ୍ୟାୟ ଦେବା ଦାବିରେ ଧାରଣା ଜାରି ରଖିଛନ୍ତି ରୁଚିକାଙ୍କ ମାଆ । ଗତକାଲି ରୁଚିକାଙ୍କ ଏକାଦଶ ଶୁଦ୍ଧି କ୍ରିୟା ପାଇଁ ଗାଁକୁ ଯାଇଥିଲେ ରୁଚିକାଙ୍କ ମାଆ ।

ଆଜି ପୁଣି ଭୁବନେଶ୍ବର ଫେରି ଲୋୟର ପିଏମ୍ଜିରେ ଧାରଣାରେ ବସିଛନ୍ତି । ଏହାସହ ନବନିର୍ମାଣ ଛାତ୍ର ସଂଘଠନ ସଭାପତି ମହ୍ମଦ ଅନବର ଅଲି ମଧ୍ୟ ଅନଶନ ଜାରି ରଖିଛନ୍ତି। ରୁଚିକା ମୃତ୍ୟୁ ପାଇଁ ଦାୟୀ ଥିବା ସିନିୟରଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ରୁଚିକାଙ୍କ ମାଆ।

ଏହା ସହ କଲେଜ ପ୍ରିନ୍ସିପାଲ, ହଷ୍ଟେଲ ଓ୍ୱାଡେନ୍ ସସପେଣ୍ଡ କରିବା ପାଇଁ ଦାବି କରିଛନ୍ତି। କଲେଜ ଓ ହଷ୍ଟେଲ warden ଙ୍କ ଅବହେଳା ଯୋଗୁଁ ରୁଚିକା ପ୍ରାଣ ହରାଇଥିବା ତାଙ୍କ ମା ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.