ବିଭାଘରର ୩ ବର୍ଷରେ ଆଖି ବୁଜିଲେ ମହିଳା, ସ୍ବାମୀ ଗିରଫ

କଟକ: ପୁଣି ଯୌତୁକ ଜୁଇରେ ବଧୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ହରିପୁର ଗ୍ରାମରେ । ସୂଚନା ମୁତାବକ, ହରିପୁର ଗ୍ରାମର ରବୀନ୍ଦ୍ର ବିଶ୍ଵାଳଙ୍କୁ ସେହି ଗ୍ରାମର ଅନନ୍ତ ଚରଣଙ୍କ ଝିଅ ୩ ବର୍ଷ ହେଲା ବିବାହ କରିଥିଲେ। ବିଭାଘରର କିଛି ମାସ ପରେ ବିଭିନ୍ନ ସମୟରେ ଟଙ୍କା ପାଇଁ ଝିଅକୁ ନିଯ୍ଯାତନା ଦେଇଆସୁଥିଲେ ସ୍ଵାମୀ ରବୀନ୍ଦ୍ର ।

ହେଲେ ଗତକାଲି ନିଜ ସ୍ତ୍ରୀ ମଧୁସ୍ମିତା ବିଶ୍ଵାଳଙ୍କୁ ମାରି ଦେଇଥିବାର ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକ। ଏନେଇ କାନପୁର ଥାନାରେ ଏତଲା ଦିଆଯିବାପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହେବା ସହ ସ୍ଵାମୀକୁ ଗିରଫ କରିଛି ପୋଲିସ।

nis-ad
Leave A Reply

Your email address will not be published.