ମୋମୋ ପରେ ଗୁପଚୁପ: ଦାର୍ଜିଲିଂରେ ଗୁପଚୁପ ତିଆରି କରି ଲୋକଙ୍କୁ ଖାଇବାକୁ ଦେଲେ ଦିଦି

ମୁମ୍ବାଇ: ମୋମୋ ପରେ ଗୁପଚୁପ। ମାର୍ଚ୍ଚ ମାସରେ ମୋମୋ ଦୋକାନକୁ ଯାଇ ଲୋକଙ୍କୁ ନିଜ ହାତରେ ମୋମୋ ତିଆରି କରି ଖାଇବାକୁ ଦେଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ପୁଣି ଥରେ ସେଭଳି ଏକ କାମ କରିଛନ୍ତି। ଜୁଲାଇ ୧୨ ମଙ୍ଗଳବାର ଦିନ ଦାର୍ଜିଲିଂର ଏକ ଷ୍ଟଲରେ ସେ ଗୁପଚୁପ ତିଆରି କରିବା ଏବଂ ପରେ ସ୍ଥାନୀୟ ଲୋକଙ୍କୁ ଖାଇବାକୁ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ ହେଉଥିବା ଫଟୋ ଓ ଭିଡିଓରେ ମମତା ବାନାର୍ଜୀ ଗୁପଚୁପ ତିଆରି କରି ଏହାକୁ ପିଲାମାନଙ୍କୁ ତଥା ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଖାଇବାକୁ ଦେଉଥିବା ଦେଖାଯାଇଛି।
ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓରେ ମମତା ବାନାର୍ଜୀ ଦାର୍ଜିଲିଂର ମଲ୍ ରୋଡରେ ଥିବା ଏକ ଗୁପଚୁପ ଷ୍ଟଲରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେ ଗୁପଚୁପ ତିଆରି କରି ସେଠାରେ ଠିଆ ହୋଇଥିବା ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ଏହା ସହ ପିଲାମାନେ ରାସ୍ତା କଡ଼ରେ ଥିବା ଗୁପଚୁପ ଷ୍ଟଲରୁ ଦିଦିଙ୍କ ହାତରୁ ଗୁପଚୁପ ଖାଇ ମଜା ଉଠାଇଥିବା ଦେଖିବାକୁ ମିଳିଛି।
ଏହା ପୂର୍ବରୁ ମାର୍ଚ୍ଚ ମାସରେ ଦାର୍ଜିଲିଙ୍ଗରେ ଏକ ମୋମୋ ଷ୍ଟଲରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ ମମତା ବାନାର୍ଜୀ । ସେଠାରେ ପହଞ୍ଚିବା ପରେ ସେ ହଠାତ୍ ମୋମୋ ତିଆରି କରିବାରେ ଲାଗିପଡ଼ିଥିଲେ। ଏହି ଭିଡିଓଟି ଭାଇରାଲ ହେବା ପରେ ଲୋକେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଚାଏ ପେ ଚର୍ଚ୍ଚା’ ସହ ତୁଳନା କରି ‘ମୋମୋ ଉଇଥ୍ ମମତା’ କହି ଭିଟିଓକୁ ରିଟ୍ବିଟ କରିବାରେ ଲାଗିଥିଲେ।

nis-ad
Leave A Reply

Your email address will not be published.