ଜାପାନ ନିର୍ବାଚନରେ ସିଞ୍ଜୋ ଆବେଙ୍କ ଦଳର ବିପୁଳ ବିଜୟ

ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଏକ ନିଆରା ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଜାପାନରେ ହୋଇଥିବା ନିର୍ବାଚନରେ ଲୋକମାନେ ଆବେଙ୍କ ଦଳକୁ ଭୋଟ ଦେଇ ବିପୁଳ ବିଜୟ ଆଣି ଦେଇଛନ୍ତି ।
ଜାପାନର ଉଚ୍ଚ ସଦନ ପାଇଁ ଗତ ରବିବାର ଦିନ ଭୋଟ ଗ୍ରହଣ ହୋଇଥିଲା । ଗତ ସପ୍ତାହରେ ହୋଇଥିବା ଆବେଙ୍କ ହତ୍ୟା ପରେ ତାଙ୍କ ଦଳ ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି) ସପକ୍ଷରେ ସମବେଦନା ସୃଷ୍ଟି ହୋଇଥିଲା । ମୋଟ ୧୨୫ଟି ଆସନରୁ ଏଲଡିପି ୬୩ଟି ଆସନ ଜିଣିଛି ।
ଏହି ବିଜୟ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସ୍ଥିତିକୁ ସୁଦୃଢ କରିବ । ଏହା ଫଳରେ ସେ ଜାପାନ ସମ୍ବିଧାନରେ ପ୍ରସ୍ତାବିତ ସଂସ୍କାର ପ୍ରକ୍ରିୟାକୁ ଆଗେଇ ନେଇପାରିବେ । ସିଞ୍ଜୋ ଆବେଙ୍କ ଅମଳରେ ହିଁ ଏହି ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ସିଞ୍ଜୋଙ୍କ ଅନୁପସ୍ଥିତିରେ କିସିଦା ତାଙ୍କ ସ୍ବପ୍ନକୁ ଆଗେଇ ନେଇପାରିବେ ।
୨ୟ ବିଶ୍ବଯୁଦ୍ଧ ପରଠାରୁ ହିଁ ଜାପାନ ଏକ ଶାନ୍ତିକାମୀ ସମ୍ବିଧାନ ପ୍ରଣୟନ କରିଥିଲା । କିନ୍ତୁ ଚୀନ ବିପଦର ମୁକାବିଲା ପାଇଁ ସିଞ୍ଜୋ ପୁଣି ଥରେ ଜାପାନକୁ ସାମରିକ ଶକ୍ତି କରିବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ । କିନ୍ତୁ ତାଙ୍କ ହତ୍ୟା ପରେ ବି ଏହି ସଂସ୍କାରକୁ ଆଗେଇ ନେବାକୁ ଜାପାନବାସୀ ନିଜର ଭୋଟ ମାଧ୍ୟମରେ ସମର୍ଥନ ଦେଇଛନ୍ତି ।

nis-ad
Leave A Reply

Your email address will not be published.