୧୬ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା ଦୁଇ ମୃତ, ୯ ଆହତ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ବଘେଇପୁଟ ଛକ ନିକଟରେ ଘଟିଛି ସିରିଜ ଦୁର୍ଘଟଣା।ଦୁର୍ଘଟଣା ରେ ୨ ଜଣଙ୍କ ମୃତ୍ୟୁ ମୃତକର ପରିଚୟ ମିଳିନାହିଁ।ଆହତ ମାନଙ୍କୁ ଖୋର୍ଦ୍ଧା ମେଡ଼ିକାଲକୁ ସ୍ଥାନାନ୍ତରିତ।ଘଟଣାରୁ ଜଣାପଡିଛି ଗୋଟିଏ ବୋଲୋରୋ ଖୋର୍ଦ୍ଧା ପଟୁ ଟାଗିଂ ପଟକୁ ଆସୁଥିବା ବେଳେ ଆଗରେ ଯାଇଥିବା ଏକ ଇଣ୍ଡିକା କାରକୁ ଧକ୍କା ଦେଇଥିଲା ଇଣ୍ଡିକା କାରଟି ଆଗରେ ଯାଉଥିବା ଏକ ଅଟୋକୁ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ତିନୋଟି ଗାଡି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡି ଗାଡି ଗୁଡିକ ଭାଗିରୁଜିଥିଲା।ଗାଡିରେ ଥିବାମାନେ ଗୁରୁତର ଭାବରେ ଆହତ ହୋଇଛନ୍ତି।ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ମେଡିକାଲ କୁ ପଠାଇଛନ୍ତି।ଦୁର୍ଘଟଣା ସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଆହତମାନଙ୍କୁ ମେଡିକାଲ କୁ ନେବା ବ୍ୟବସ୍ଥା କରିଛନ୍ତି।ଜାତୀୟ ରାଜପଥ କାର୍ଯ୍ୟ ରେ ନିୟୋଜିତ ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁଁ ଘଟିଛି ଦୁର୍ଘଟଣା।ଆଜିର ଦୁର୍ଘଟଣା କୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଶୁଣିବାକୁ ମିିଳୁଛି ଏକ ଅଟୋ ରାମେଶ୍ବର ଛକରୁ ଆସି ୧୬ ଜାତୀୟ ରାଜପଥ କୁ ଉଠୁଥିବା ବେଳେ ଅନ୍ୟ ଦୁଇଟି ଗାଡ଼ି ଭାରସାମ୍ୟ ହରାଇ ଦୁୁର୍ଘଟଣା ଘଟିଥିଲା।

nis-ad
Leave A Reply

Your email address will not be published.