ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି। ମହାରାଷ୍ଟ୍ର, ଗୁଜରାଟଠୁ ନେଇ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ବହୁ ରାଜ୍ୟରେ ବିପର୍ଯ୍ୟୟ ଆଣିଛି ବର୍ଷା। ମୂଷଳ ଧାରାରେ ବର୍ଷା ଯୋଗୁଁ ବଡ଼ ନଦୀରେ ବନ୍ୟା ଆସି ଗୁଜରାଟର ଅନେକ ଜିଲ୍ଲାରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷାରେ ଅହମ୍ମଦାବାଦ ଓ ଭଲସାଡ଼ ସହର ଜଳାର୍ଣ୍ଣବ ହୋଇପଡ଼ିଛି । କେଉଁଠି ଘର ଦ୍ୱାର ବୁଡ଼ିଛି ତ କେଉଁଠି ମନ୍ଦିର, ରାସ୍ତା ଘାଟ। ବିଶେଷକରି ଦକ୍ଷିଣ ଓ ମଧ୍ୟ ଗୁଜୁରାଟରେ ବନ୍ୟାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ବହୁ କ୍ଷୟକ୍ଷତିର ଖବର ଅାସୁଛି ବହୁ ଜାତୀୟ ରାଜପଥ ସହ ପାଖାପାଖି ୩୮୮ଟି ସଡ଼କ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଏନ୍‌ଡିଆରଏଫ ଓ ଏସ୍‌ଡିଆରଏଫ ଟିମ୍ ସହାୟତାରେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଛି ।
ହେଲିକପ୍ଟର ଯୋଗେ ରେସ୍‌କ୍ୟୁ ଅପରେସନକୁ ଜୋରଦାର କରାଯାଇଛି। ରାଜ୍ୟରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି । ସେହିପରି ଗତ କିଛି ଦିନ ଧରି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ମହାରାଷ୍ଟ୍ରରେ ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ଜନିତ କାରଣରୁ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଗତ ଜୁନ୍‌ରେ ଏ ପର୍ଯ୍ୟନ୍ତ ବର୍ଷା ଓ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୬କୁ ପହଞ୍ଚିଛି । ବନ୍ୟା ଯୋଗୁଁ ଗଡ଼ଚିରୋଲି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଥିବାରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା କରାଯାଉଛି । ମୁମ୍ବାଇରେ ମଧ୍ୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଅପରପକ୍ଷରେ ଆନ୍ଧ୍ରପ୍ରଦେଶର ବିଜଓ୍ୱାଡ଼ା ସହର ମଧ୍ୟ ଜଳାର୍ଣ୍ଣବ ହୋଇପଡ଼ିଛି।

nis-ad
Leave A Reply

Your email address will not be published.