ଧାରଣାରେ ବସିଥିବା ରୁଚିକାଙ୍କ ମାଆ, ଭଉଣୀ ଓ ପରିବାର ଲୋକଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ୧୦ଦିନ ବିତିଲାଣି। ଏବେ ବି ଆତ୍ମହତ୍ୟା ସସପେନ୍ସରୁ ହଟୁନି ପରଦା। ଆଜି ବିଜେବି କଲେଜ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିବା ରୁଚିକାଙ୍କ ମାଆ, ଭଉଣୀ ଓ ପରିବାର ଲୋକଙ୍କୁ ଉଠାଇ ନେଲା ପୋଲିସ। ଶୈକ୍ଷିକ ବାତାବରଣକୁ ନଷ୍ଟ କରାଯାଉଥିବା ଅଭିଯୋଗ ଆଣି ବଡଗଡ ଥାନା ଘେରାଉ କଲେ ଛାତ୍ରଛାତ୍ରୀ।

ଅଭିଯୋଗ ଆଣିବା ସହ କଲେଜରେ ପାଠପଢାକୁ ସ୍ୱାଭାବିକ କରିବାକୁ ଦାବି କରିଛନ୍ତି। ରୁଚିକା ଘଟଣାରେ ଯିଏ ଅଭିଯୁକ୍ତ ତାକୁ ଦଣ୍ଡ ମିଳୁ ବୋଲି ସେମାନେ ଦାବି କରିଛନ୍ତି।

ସୂଚନା ଯୋଗ୍ଯ ଯେ ଵିଜେଵି କଲେଜର +୩ ଛାତ୍ରୀ ରୁଚିକା ମହାନ୍ତି ରାଗିଙ୍ଗ୍ ଜନିତ ମୃତ୍ଯୁ ଘଟଣାର ଅପରାଧୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଓ ରାଗିଙ୍ଗ୍ ଵନ୍ଦ କରିଵା ଦାଵିରେ ରୁଚିକାଙ୍କ ମା’ ଵିଦ୍ଯୁତ ପ୍ରଭା ମହାନ୍ତି ଗତ ୨ଜୁଲାଇ ରୁ ବିଜେବି ସାମ୍ନା ରେ ଧାରଣା ଦେଉଛନ୍ତି।ଏହି ଲଢ଼େଇ କୁ ଏଆଇଏସ୍ଏଫ୍, ଏନ୍ଓ୍ଵାଇସିଏସ୍, ଛାତ୍ର କଂଗ୍ରେସ ଇତ୍ଯାଦି ସମର୍ଥନ ଜଣାଇ ଲଗାତର ଭାଵେ ତାଙ୍କ ସହ ଧାରଣା ଦେଇ ଆସିଛନ୍ତି। ଏହି ଦିନ ରାତି ଧାରଣା ସମୟରେ ରାତିରେ ରହୁଥିଵା ସାଥୀମାନେ ବ୍ରସ୍ କରିବା ପାଇଁ ଯାଇଥିଵା ସମୟରେ ଵଡ଼ଗଡ଼ ଥାନା ପୋଲିସ ଏହି ଧାରଣା ଟେଣ୍ଟ ଭାଙ୍ଗି,ଟେଣ୍ଟର ସମସ୍ତ ସାମଗ୍ରୀ,ଚେୟାର ଵେଞ୍ଚ, ଵ୍ଯାନର,ପତାକା ଓ ଆନ୍ଦୋଳନକାରୀଙ୍କ କପଡା ଇତ୍ଯାଦି ସହ କିଛି ସାଥୀଙ୍କୁ ଗିରଫ କରିଛି।ଅନ୍ଯମାନଙ୍କ ପାଗଳ ପରି ଖୋଜୁଛି।

ରେଗିଙ୍ଗ୍ ଯୋଗୁଁ ମୃତ୍ଯୁଵରଣ କରିଥିଵା ଛାତ୍ରୀକୁ ନିର୍ଯାତନା ଦେଇଥିଵା ଅପରାଧୀଙ୍କୁ ଧରିଵାରେ, ରେଗିଙ୍ଗ୍ ଅପରାଧକୁ ନିନ୍ତ୍ରଣ କରିଵା ପରିଵର୍ତ୍ତ ସୁଯୋଗ ଦେଇଥିଵା ଅଧିକାରୀଙ୍କ ଵିରୋଧରେ କାର୍ଯ୍ଯାନୁଷ୍ଠାନ ପରିଵର୍ତ୍ତେ ଯେଉଁମାନେ ନ୍ଯାୟ ଦାଵିରେ ଲଢ଼ୁଛନ୍ତି ସେମାନଙ୍କୁ କଳେ ବଳେ କୌଶଳ ରେ ଦମନ କରିବାର ଚେଷ୍ଟା ଚଳାଇଛି ପୋଲିସ। ପୋଲିସର ଏତାଦୃଶ କାର୍ଯ୍ଯ ସମ୍ପର୍କରେ ସାଧାରଣ ଲୋକେ ବୁଝନ୍ତୁ। ଆନ୍ଦୋଳନ ରୋକିବାରେ ପୋଲିସ୍ ଯେତିକି ଶକ୍ତି ଵିନିଯୋଗ କରୁଛି, ତାର ୪ ଭାଗରୁ ଭାଗେ ତଦନ୍ତରେ ଵିନିଯୋଗ କରିଥିଲେ ଅପରାଧୀ ଧରାପଡିଵା ସହ ରାଗିଙ୍ଗ୍ ଵନ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପାରି ଥାଆନ୍ତା।

nis-ad
Leave A Reply

Your email address will not be published.