ଗାଧୋଇବା ବେଳେ ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକ ନିଖୋଜ 

ପୁରୀ : ଗାଧୋଇବା ବେଳେ ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକ ନିଖୋଜ । ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ। ଗଭୀର ସମୁଦ୍ରରେ ଭାସିଗଲେ ଜଣେ ଯୁବକ। ନିଖୋଜ ଯୁବକ ହେଲେ ଯାଜପୁର ଜିଲ୍ଲା ମାଳ ସାହି ଅଞ୍ଚଳର ଆୟୁଷ ଜେନା । ତାଙ୍କ ବୟସ ୧୬ ବର୍ଷ ବୋଲି ଜଣାପଡିଛି ।
ଆୟୁଷ ପରିବାର ସହ ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ରେ ସ୍ନାନ କରୁଥିବା ବେଳେ ବୁଡି ଯାଇଥିଲେ ।

ଫଳରେ ସେ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡଙ୍କ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

nis-ad
Leave A Reply

Your email address will not be published.