ଚିତ୍ରୋତ୍ପଳା ନଦୀରେ ବୁଡ଼ିଗଲେ ଦୁଇ ନାବାଳକ

ଗରଦପୁର- ଚିତ୍ରୋତ୍ପଳା ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ସଲିଳ ସମାଧି ଘଟିଛି । ଚିତ୍ରୋତ୍ପଳା ନଦୀର ଗରଦପୁର ବ୍ଲକ୍ ଅନ୍ତର୍ଗତ ମିଶର ଗାଁ ଗଡ଼ାରେ ଗାଧୋଉଥିବାବେଳେ ଦୁଇ ଜଣ ନାବାଳକ ବୁଡ଼ିଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମିଶର ଗାଁ ର ଆଶିଷ କୁମାର ମଲିକ ଙ୍କ ପୁଅ ଆରିଆନ୍ ମଲିକ(୧୧) ଓ ତାଙ୍କ ଘରକୁ ଆସିଥିବା କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ୍ ନରେନ୍ଦ୍ରପୁର ନିକଟ ଅସରପଡ଼ା ଗ୍ରାମର ବିଶ୍ୱନାଥ ମଲିକ ଙ୍କ ପୁଅ ସାଇନ୍ ମଲିକ୍ (୧୩) ହୁହେଁ ଚିତ୍ରୋତ୍ପଳା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।

ନଦୀରେ ଗାଧୋଉଥିବାବେଳେ ଦୁଇ ଜଣଯାକ ବୁଡ଼ିଯାଇଥିଲେ । ଗ୍ରାମବାସୀ ଓ କୋରୁଆ ଅଗ୍ନିଶମ ବାହିନୀ ଖୋଜା ଖୋଜି କରି ସାଇନ୍ ମଲିକ୍ କୁ ସଙ୍କଟାପନ୍ନ ଅବସ୍ଥାରେ ନିଶ୍ଚିନ୍ତକୋଇଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ନିଖୋଜ ଥିବା ଆରିଆନ୍ ମଲିକ ଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଗ୍ନୀଶମ ବାହିନୀ ଖୋଜା ଖୋଜି ଜାରି ରଖିଥିଲେ । ସନ୍ଧ୍ୟା ପ୍ରାୟ ୭ ଟା ବେଳେ ବୁଡ଼ି ଯାଇଥିବା ପ୍ରାୟ ଏକ କିଲୋ ମିଟର ତଳୁ ଆରିଆନ୍ ମଲିକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଦୁଇଜଣ ନାବାଳକଙ୍କ ଅକାଳ ମୃତ୍ୟୁ ପାଇଁ ମିଶର ଗାଁ ରେ କାନ୍ଦ ବୋବାଳି ପଡ଼ିଥିଲା । ଦୁଇ ନାବାଳକଙ୍କ ବାପା ମା ଙ୍କ କାନ୍ଦ ବୋବାଳି ହୃଦୟ ବିଦାରକ ପରିସ୍ଥିତି ସୃଷ୍ଟି କରିଥିଲା ।

nis-ad
Leave A Reply

Your email address will not be published.