ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା : ଛାତ୍ରୀ ନିବାସରେ ସ୍ପେଶାଲ ଟିମର ପଚରାଉଚରା

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଛାତ୍ରୀ ନିବାସରେ ପୋଲିସର ସ୍ୱତନ୍ତ୍ର ଟିମ୍ । ମନୋସ୍ତତ୍ୱବିତଙ୍କୁ ନେଇ ହଷ୍ଟେଲରେ ପହଞ୍ଚିଛି ପୋଲିସ । ମନୋସ୍ତତ୍ୱବିତ୍ ପ୍ରାପ୍ତି ପ୍ରଧାନ ପୋଲିସ ସହ ମିଶି ପଚରାଉଚରା କରୁଛନ୍ତି । ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଙ୍କୁ ପଚରାଉଚରା କରାଯାଉଛି ।

ସେମାନଙ୍କୁ ସିନିୟର ରାଗିଂ କରୁଛନ୍ତି କି, ସେନେଇ ପଚରାଉଚରା ହେଉଛି । ଏହା ପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜେରା କରାଯିବ । ପୋଲିସ ଚାପରେ ବୟାନ ଦେଇଛନ୍ତି କି ନାହିଁ ମନୋସ୍ତତ୍ୱବିତ୍ ପ୍ରାପ୍ତି ପ୍ରଧାନ ପଚାରି ବୁଝିବେ । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସର ଛାନଭିନ୍ ନବମ ଦିନରେ ପହଞ୍ଚିଛି । ମାତ୍ର ଏପର୍ଯ୍ୟନ୍ତ ପୋଲିସ ରାଗିଂ କରିଥିବା ୩ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରିପାରିନାହିଁ । ନ୍ୟାୟ ଦାବିରେ ରୁଚିକାଙ୍କ ମାଆ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.