ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବର୍ତ୍ତମାନ ବ୍ରାଉନ ସୁଗାର ହବ ପାଲଟିଥିବା ବେଳେ ଆଜି ବାଘମାରି ଅଞ୍ଚଳରୁ ବ୍ରାଉନ ସୁଗାର ଜବତ କରିଛି ପୋଲିସ। ସୂଚନା ମୁତାବକ ବାଘମାରି ଥାନା ପୋଡ଼ାଡିହ ମା’ ମଙ୍ଗଳା ମନ୍ଦିର ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ବିଶେଷ ସୂତ୍ରରୁ ଏସପି ସିଦ୍ଧାର୍ଥ କାଟାରିଆ ଜାଣିବାକୁ ପାଇଥିଲେ।

ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଆଇଆଇସି ପ୍ରଜ୍ଞା ରିତାମ୍ଭରା କର ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ପୋଡ଼ାଡିହ ଗ୍ରାମର ନବକିଶୋର ସାହୁଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୬.୧୮ ଗ୍ରାମ ବ୍ରାଉନ ସୁଗାର, ଗୋଟାଏ ବାଇକ, ଦୁଇ ଗୋଟି ମୋବାଇଲ ଫୋନ ଏବଂ ନକଦ ୧୨୪୦ ଟଙ୍କା ଜବତ କରିଛି।

ଏ ସଂକ୍ରାନ୍ତରେ ବାଘମାରି ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୮୪/୨୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି।

ଉକ୍ତ ଚଢ଼ାଉରେ ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ, ଏଏସଆଇ ରମାକାନ୍ତ ପୁହାଣ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର କର୍ମଚାରୀ ମାନେ ସାମିଲ ଥିଲେ।

nis-ad
Leave A Reply

Your email address will not be published.