ଗୋଡ଼, ହାତ, ମୁହଁ ବନ୍ଧା ଅବସ୍ଥାରେ ଅଜଣା ଯୁବକ ଉଦ୍ଧାର

ବାଲେଶ୍ଵର: ଗୋଡ, ହାତ, ମୁହଁ ବନ୍ଧା ଅବସ୍ଥାରେ ଜଣେ ଅଜଣା ଯୁବକଙ୍କୁ ଉଦ୍ଧାର କରାଯାଇଛି । ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥର ଶାନ୍ତିଆ ପୋଲ ନିକଟରେ ଜଣେ ଅଚିହ୍ନା ଯୁବକକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ ଆଜି ଭୋର ସମୟରେ ଯୁବକ ଜଣକଙ୍କ ଗୋଡ, ହାତ, ମୁହଁ ବନ୍ଧା ଅବସ୍ଥାରେ ଲୋକ ମାନେ ଦେଖିବା ସହ ଉଦ୍ଧାର କରିଥିଲେ ।

ପରେ ଏନେଇ ଜଳେଶ୍ଵର ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଜି.କେ ଭଟ୍ଟର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରୁ ତାଙ୍କୁ ପୁଣି ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି । ଉଦ୍ଧାର ଯୁବକଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ଜଣାପଡ଼ିଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ ।

nis-ad
Leave A Reply

Your email address will not be published.