ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ୱାମୀ

ମୋହନା: ମୋହନା ଥାନା ଭାଲିଆଗଣି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀକୁ ପଥରରେ ଛେଚି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଗତାକଲି ବିଳମ୍ବିତ ରାତିରେ ଏହି ହତ୍ୟା ହୋଇଛି । ପାରିବାରିକ କଳହରୁ ସ୍ତ୍ରୀକୁ ପଥରରେ ଛେଚିଛେଚି ସ୍ୱାମୀ ହତ୍ୟାକରିଥିବା ଜଣାପଡ଼ିଛି । ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରିଖି ପୁଲିସ ଅଧିକ ପଚରାଉଚରା କରୁଛି ।

ମୃତକ ସ୍ତ୍ରୀଙ୍କ ନାଁ ସୁକାନ୍ତି ନାୟକ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ସ୍ୱାମୀ ଭଗବାନ ନାୟକକୁ ମୋହନାରେ ଅଟକ ରଖାଯାଇଛି । ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

nis-ad
Leave A Reply

Your email address will not be published.