ସିଂହଦ୍ୱାର ସାମ୍ନାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ

ପୁରୀ : ଜନ୍ମବେଦୀରେ ଲୀଳାଖେଳ ସାରି ବାହୁଡ଼ିଛନ୍ତି ମହାପ୍ରଭୁ। ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଗୁଣ୍ଡିଚାମନ୍ଦିରରୁ ବାହୁଡିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ବାହୁଡ଼ା ଯାତ୍ରାରେ ଆସି ସିଂହଦ୍ବାରରେ ପହଞ୍ଚିଛି ତିନି ରଥ। ଶ୍ରୀମନ୍ଦିର ନିକଟରେ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ସଂଧ୍ୟା ସୁଦ୍ଧା ପହଞ୍ଚି ସାରିଛି।

ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ସିଂହଦ୍ବାର ସାମ୍ନାରେ ପହଞ୍ଚି ଥିଲା ବେଳେ ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥ ସବା ଶେଷରେ ପହଞ୍ଚିଛନ୍ତି । ଲକ୍ଷାଧିକ ଭକ୍ତଙ୍କ ଗହଳିରେ ଶ୍ରୀଜିଉମାନେ ଗୁଣ୍ଡିଚାଘରୁ ବାହୁଡ଼ିଛନ୍ତି। ଭକ୍ତଶ୍ରଦ୍ଧାଳୁଙ୍କ ଗହଳିରେ ବଡ଼ଦାଣ୍ଡ ଲୋକାରଣ୍ୟ ପାଲଟିଛି।

ରଥଯାତ୍ରା ଭଳି ଆଜି ମଧ୍ୟ ଶ୍ରୀଜୀଉଙ୍କ ସଅଳ ନୀତିକାନ୍ତି ପାଇଁ ନିର୍ଦ୍ଧାରିତ ସମୟ ଆଗରୁ ପହଣ୍ଡି ଆରମ୍ଭ ହୋଇଥିଲା।ନିଦ୍ଧାରିତ ସମୟର ଢେର ଆଗରୁ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ନନ୍ଦିଘୋଷ ରଥକୁ ଆସିଥିଲେ ଜଗତ ଠାକୁର ଜଗନ୍ନାଥ। ଅନ୍ୟ ରୀତିନୀତି ପରେ ଶ୍ରୀ ନଅରରୁ ଆସି ଶରଧାବାଲିରେ ପହଁଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ତା’ପରେ ଆରମ୍ଭ ହୋଇଥିଲା ଛେରାପହଁରା। ଦିନ ପ୍ରାୟ ସାଢ଼େ ଗୋଟାଏରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବାକ୍ଷଣି ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ।

ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କର ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ। କିଛିି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ। ପୋଡ଼ପିଠା ଖାଇ ପୁଣି ସିଂହଦ୍ୱାର ଅଭିମୁଖେ ବାହାରିଥିଲେ ତିନିଠାକୁର। ଏହାପରେ ଶ୍ରୀନଅର ସମ୍ମୁଖରେ ସଂପନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ। ଏହି ସମୟରେ ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଥିଲା।ସଂଧ୍ୟାପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ ତିନି ରଥ । ଏଥିସହ ଚଳିତବର୍ଷ ପୁଣି ଇତିହାସ ରଚିଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ।

nis-ad
Leave A Reply

Your email address will not be published.