ଶ୍ରୀଗୁଣ୍ଡିଚା ମନ୍ଦିର ଭିତର‌ ଫଟୋ ଭାଇରାଲ୍

ପୁରୀ: ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଭିତର‌ ଫଟୋ ଭାଇରାଲ୍ ।‌ ଜଣେ ବଙ୍ଗୀୟ ପର୍ଯ୍ୟଟକ ଏହି ଫଟୋ ଭାଇରାଲ୍ କରିଥିବା ଚର୍ଚ୍ଚା ହେଉଛି । ଆଜି ନବମୀ ସନ୍ଧ୍ୟା ଦର୍ଶନ ଥିବାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ରହିଛି । ମହାପ୍ରଭୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟ ହେଉଛି । ଗୁଣ୍ଡିଚା ମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ପ୍ରବେଶ ଦ୍ଵାର ଠାରେ ପୋଲିସ ପକ୍ଷରୁ କଡା ଚେକିଙ୍ଗ କରାଯାଉଥିବା ବେଳେ ଭକ୍ତମାନେ ମନ୍ଦିର ଭିତରକୁ କିଭଳି ମୋବାଇଲ ନେଉଛନ୍ତି ଏବଂ ଫଟୋ ଭାଇରାଲ୍‌ କରୁଛନ୍ତି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି।‌

nis-ad
Leave A Reply

Your email address will not be published.