ଯୁବକଙ୍କୁ ନିସ୍ତୁକ ପିଟିଲେ, ଚିକିତ୍ସାଧୀନ ଅବସ୍ଥାରେ ବାଲେଶ୍ଵର ମେଡିକାଲରେ ମୃତ୍ୟୁ

ବାଲେଶ୍ୱର: ଚୋରି କଲା ବୋଲି ଯୁବକଙ୍କୁ ପିଟିପିଟି ହତ୍ୟା । ବାଲେଶ୍ବର ଇଞ୍ଚୁଡ଼ିରେ ଅଭାବନୀୟ ଘଟଣା । ଚୋରି କରିଥିବା ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ମୃତକ ହେଲେ ଇଞ୍ଚୁଡ଼ି ଗାଁର ସନ୍ଦୀପ ଦଳାଇ । ଅଭିଯୋଗ ଅନୁସାରେ ସନ୍ଦୀପ ଏକ ଚିଙ୍ଗୁଡ଼ି ଘେରିରୁ ଲୁହା ଚୋରି କରିଥିଲେ । ଏହା ଜଣାପଡ଼ିବାରୁ ସେ ଚୋରି କରିଥିବା ଲୁହାକୁ ଫେରାଇ ବି ଦେଇଥିଲେ । ହେଲେ ଗତକାଲି ସ୍ଥାନୀୟ ସରପଞ୍ଚ ସହଯୋଗୀଙ୍କ ସହିତ ସନ୍ଦୀପକୁ ଘରୁ ଡ଼ାକିନେଇ ନିସ୍ତୁକ ମାଡ଼ ମାରିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଗାଁରେ ଉତ୍ତେଜନା ଲାଗିରହିଥିବାରୁ ମୁତୟନ ହୋଇଛି ପୋଲିସ । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ କୌଣସି ଚୋରକୁ ପିଟି ପିଟି ହତ୍ୟା କରାଯାଇଛି । ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ ଏପରି ଘଟଣା ସାମ୍ନାକୁ ଆସିଛି । ତେବେ ଏଠି ପ୍ରଶ୍ନ ଦଣ୍ଡ ଦେବା ପାଇଁ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ଥିବା ବେଳେ ଲୋକମାନେ କାହିଁକି ଆଇନକୁ ହାତକୁ ନେଇ ଏପରି ଅମାନବୀୟ କାଣ୍ଡ ଘଟାଉଛନ୍ତି ।

nis-ad
Leave A Reply

Your email address will not be published.