ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଓଡ଼ିଶାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ ଲୋଡ଼ି ଓଡ଼ିଶା ଆସିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିଛନ୍ତି। ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ।

ଭାବପ୍ରବଣ ହୋଇ ନବୀନଙ୍କୁ ରାକ୍ଷୀ ବାନ୍ଧିଥିଲି ବୋଲି କହିଛନ୍ତି। ମାଗିବା ଆଗରୁ ନିର୍ବାଚନ ପାଇଁ ସମର୍ଥନ ଦେବା ସହ ବିଦେଶରେ ଥାଇ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ୍‌ରେ କଥା ହୋଇଥିଲେ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ। କହିଛନ୍ତି, ମୁଁ ଗାଁର ଝିଅ, ମନ୍ତ୍ରୀ ଥିଲି ବହୁ କାମ କରିଛି। ଆହୁରି କାମ ବାକି ଅଛି, ଏବେ ଆପଣଙ୍କ ସହଯୋଗ ଦରକାର।

ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେଡି ଓ ବିଜେପି ଦଳର ବହୁ ନେତା ଓ ସାଂସଦ ତାଙ୍କୁ ସ୍ୱାଗତ ଜଣାଇଥିଲେ। ପାରମ୍ପରିକ ଆଦିବାସୀ ନୃତ୍ୟ ଓ ସଂଗୀତ ମାଧ୍ୟରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଦ୍ରୌପଦୀଙ୍କୁ ପାଛୋଟି ଆଣିବାକୁ ବିମାନବନ୍ଦରରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା। ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନ ଯାଇ ସେଠାରେ ବିଜେପି ବିଧାୟକ ଓ ସାଂସଦମାନଙ୍କୁ ଭେଟି ଆଲୋଚନା କରିଥିଲେ। ବିଧାନସଭାରୁ ସେ ନବୀନ ନିବାସ ଯାଇ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ନୂଆଦିଲ୍ଲୀ ଯାତ୍ରା କରିବେ।

nis-ad
Leave A Reply

Your email address will not be published.