ବାହୁଡ଼ାଯାତ୍ରା ନୀତି ସଅଳ କରିବା ପାଇଁ ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ

ପୁରୀ : ବାହୁଡ଼ାଯାତ୍ରା ନୀତି ସଅଳ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି । ମଙ୍ଗଳବାର ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ ହୋଇଛି । ଜୁଲାଇ ୮ ସନ୍ଧ୍ୟା ଦର୍ଶନ ଦିନ ଅପରାହ୍ନ ୪ରୁ ବନ୍ଦ ହେବ ଭକ୍ତଙ୍କ ଦର୍ଶନ । ଦର୍ଶନ ବନ୍ଦ କରି ବାହୁଡା ନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଛି । ସୁନାବେଶ ନୀତି ମଧ୍ୟ ସଅଳ କରିବାକୁ ଚାଲିଛି ପ୍ରୟାସ ।

ଏ ନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସୂଚନା । ସୁନାବେଶ ଦିନ ତିନି ରଥର ଠାକୁରଙ୍କ ଉଭୟ ପାର୍ଶ୍ଵରେ ପ୍ରଥମ ଥର ପାଇଁ ପାଇପ୍ ଲଗାଯିବ। ଫଳରେ କୌଣସି ସେବାୟତ ବିଗ୍ରହଙ୍କ ସମ୍ମୁଖରେ ରହିବେ ନାହିଁ ।

nis-ad
Leave A Reply

Your email address will not be published.