କେବିକେରେ କୃଷି ବିଶ୍ୱବିଦ୍ୟାଳୟର କୌଣସି ପ୍ରସ୍ତାବ ନାହିଁ  : କୃଷି ମନ୍ତ୍ରୀ 

ଭୁବନେଶ୍ୱର: କେବିକେ ଅଞ୍ଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଉପରେ ରୋକ । ସରକାରଙ୍କ ପକ୍ଷରୁ ଘୋଷଣା ନ ହେବା ପର୍ଯ୍ୟନ୍ତ କେବିକେରେ ହୋଇ ପାରିବନି କୃଷି ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ସ୍ଥାପନା ନେଇ ସରକାରଙ୍କ ଘୋଷଣା ନହେବାରୁ ଅଟକିଲା ବିଶ୍ୱବିଦ୍ୟାଳୟ ପ୍ରୋଜେକ୍ଟ । ଏ ନେଇ ବିଧାନସଭାରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।

କେବିକେ ଅଞ୍ଚଳରେ କୃଷିର ବିକାଶ ପାଇଁ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରାଯିବା ନେଇ ଯୋଜନା କରାଯାଉଥିଲା । କିନ୍ତୁ ବିଶ୍ୱବିଦ୍ୟାଳୟ ସ୍ଥାପନା ନେଇ ସରକାରଙ୍କ ତରଫରୁ କୌଣସି ଘୋଷଣା ହୋଇନାହିଁ । ଏପରିକି କୌଣସି ପ୍ରସ୍ତାବ ମଧ୍ୟ ବିଚାରାଧୀନ ନାହିଁ । ତେଣୁ ଏହି କୃଷି ବିଶ୍ୱବିଦ୍ୟାଳୟ ହୋଇପାରିବନି ବୋଲି କୁହାଯାଇଛି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

nis-ad
Leave A Reply

Your email address will not be published.