ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସହାର ୯୦.୫୫%

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ। ପରୀକ୍ଷା ଫଳ ପ୍ରକାଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ମାଧ୍ୟମିକ ଶିକ୍ଷା ପରିଷଦର କଟକ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶିତ। www.bseodisha.ac.in ଓ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ। ମୋବାଇଲରେ SMS ମାଧ୍ୟମରେ ମଧ୍ଯ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ।

ସୂଚନା ମୁତାବକ, ଚଳିତ ବର୍ଷ ସମୁଦାୟ ୫୧୭ ୮୪୭ ପିଲା ପାସ୍ କରିଥିବାବେଳେ, ୮୬୯୯ ପିଲା ଫେଲ୍ ହୋଇଛନ୍ତି। ପାସହାର ୯୦.୫୫%। ଏହା ଭିତରେ ୯୨.୩୭% ବାଳିକା ଅର୍ଥାତ୍ ୨୬୦୯୭୦ ଜଣ ପାସ୍ କରିଥିବାବେଳେ, ୯୨.୩୭% ବାଳକ ଅର୍ଥାତ୍ ୨୫୬୮୭୭ ଜଣ ପାସ୍ କରିଛନ୍ତି।

ଏ୧ ଗ୍ରେଡରେ ୮୧୧୯ ଛାତ୍ରଛାତ୍ରୀ , ଏ୨ ଗ୍ରେଡରେ ୫୪ ହଜାର ୮୮୯, ବି୧ ଗ୍ରେଡରେ ୧ ଲକ୍ଷ ୨୦ ହଜାର ୩୧୨, ବି୨ ଗ୍ରେଡରେ ୧ ଲକ୍ଷ ୪୨ ହଜାର ୫୯୯ ଛାତ୍ରଛାତ୍ରୀ ପାସ କରିଛନ୍ତି । ମାଲକାନଗିରି ୨ଟି, ଅନୁଗୁଳ ଗୋଟିଏ ସ୍କୁଲରେ ଜିରୋ ରେଜଲ୍ଟ ରହିଛି ।

nis-ad
Leave A Reply

Your email address will not be published.