ରାଜଧାନୀରେ ପୁଣି ରାଗିଂ ଅଭିଯୋଗ

ଭୁବନେଶ୍ୱର: କଲେଜରେ ଥମୁନି ରାଗିଂ ବିବାଦ। ବିଜେବି କଲେଜରେ ରାଗିଂକୁ ନେଇ ରାଜ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ପୁଣି ରାଜଧାନୀରେ ରାଗିଂ ଅଭିଯୋଗ ଆସିଛି। ବେସିକ୍ ସାଇନ୍ସ କଲେଜ ଛାତ୍ରଙ୍କୁ ରାଗିଂ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ୩ ଜଣ ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ରାଗିଂ କରିଥିବା ନେଇ ଅଭିଯୋଗ ହୋଇଛି ।

ଏନେଇ ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ର ସୋମନାଥ ସେଠୀ ଅଭିଯୋଗ କରିଛନ୍ତି, ମଦ ପିଇବାକୁ ଟଙ୍କା ନଦେବାରୁ ମାଡ଼ ମାରିବା ସହ ତାଙ୍କୁ ଉଠବସ୍ କରାଯାଇଛି । ଏହି ଅଭିଯୋଗ ପରେ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ମାଡ ମାରିଥିବା ଛାତ୍ର କୃଷି ବିଭାଗରେ ପଢ଼ୁଛନ୍ତି । ମଦ ପିଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା କହିଛି ଖଣ୍ଡଗିରି ପୁଲିସ । ଓୟୁଏଟି କ୍ୟାମ୍ପସ୍ ଭିତରେ ଏଭଳି ଘଟଣା ଘଟିଛି ।

nis-ad
Leave A Reply

Your email address will not be published.