ମା’କୁ ହାଣିଲା ପୁଅ, ଘଟଣାର ତଦନ୍ତ ଆରମ୍ଭ

ନିଶ୍ଚିନ୍ତକୋଇଲି: ମା’କୁ ହାଣିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି । ମା’ର ବେକକୁ ପନିକିରେ ହାଣି ହତ୍ୟା କରିଛି ପୁଅ । ମୃତକ ହେଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁର ପ୍ରମିଳା ସ୍ବାଇଁ । ହତ୍ୟା ପରେ ୨୧ ବର୍ଷର ପୁଅ ଜିତେନ୍ଦ୍ର ଫେରାର ହୋଇଯାଇଛି ।

ତେବେ ପାରିବାରିକ କଳହରୁ ମା’କୁ ପୁଅ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ମେଡିକାଲକୁ ପଠାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.