ଜୁଲାଇ ୬, ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ 

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ରେଜଲ୍ଟ www.bseodisha.ac.in ରେ ଉପଲବ୍ଧ ହେବ ।

ପରୀକ୍ଷାର୍ଥୀ ମାନେ ମଧ୍ୟ ନିଜର ମୋବାଇଲ ରୁ OR10 ଏବଂ ନିଜର ରୋଲ ନମ୍ବର କୁ ଟାଇପ କରି 5676750 କୁ ପଠାଇଲେ ଫଳାଫଳ ଜାଣିହେବ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ୬ ତାରିଖ ଦିନ ୧ଟା ବେଳେ ପ୍ରକାଶ ପାଇବ ରେଜଲ୍ଟ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ମାର୍ଚ୍ଚ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୧୦ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଥିଲେ ।

ସେହିପରି ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ ଜେକ୍ଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ।

nis-ad
Leave A Reply

Your email address will not be published.