ରାଣୀପଦର ଜଙ୍ଗଲରେ ବିଛେଇ ହୋଇ ପଡ଼ିଛି ଷ୍ଟାଣ୍ଡାର୍ଡ କମ୍ପାନୀର ନୂଆ ନୂଆ ଜିନ୍‌ ଓ ସାର୍ଟ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକର ପାରୁଆ ପଞ୍ଚାୟତର ରାଣୀପଦର ନୀଳଗିରି ଜଙ୍ଗଳରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି | ଜଙ୍ଗଳ ଭିତରେ ଏଣେ ତେଣେ ବିଛେଇ ହୋଇ ପଡିଥିଲା ବ୍ରାଣ୍ଡେଡ କମ୍ପାନୀର ଜିନ ପେଣ୍ଟ ଓ ସାର୍ଟ | ଗାଁ ଲୋକେ ଜମିରେ ଏହି ଜଙ୍ଗଳ ରାସ୍ତା ଦେଇ କାମ କରିବା ଯିବା ସମୟରେ ଏହା ସବୁ ଦେଖି ନିକଟସ୍ଥ ଥାନା ରାଇଘରରେ ଅବଗତ କରାଇ ଥିଲେ | ଏହି ଖବର ପାଇଁ ରାଇଘର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ଟଙ୍କଗିରି ଭୋଇ ନିଜେ ଯାଇ ଗାଁ ଲୋକଙ୍କ ସହୟାତରେ ଜିନ ପେଣ୍ଟ ଓ ସାର୍ଟ ଯାକ ଜବତ କରି ଥାନାକୁ ନେଇଛନ୍ତି | କିଏ,କାହିଁକି ଓ କିପରି ଏହି ବ୍ରାଣ୍ଡେଡ ସାର୍ଟ ଓ ପେଣ୍ଟ ଏହି ଜଙ୍ଗଳ ଭିତରେ ଆସିଲା ତାହାର ଅନୁସନ୍ଧାନ ଜାରି ରଖିଛନ୍ତି, ପାରୁଆ ପଞ୍ଚାୟତ ଓ ଆଖପାଖରେ ଏହା ବେଶ ଚର୍ଚ୍ଚା ଧରିଛି,ଗାଁ ଲୋକଙ୍କ ପଚାରିବାରୁ ସେମାନଙ୍କ କହିବା କଥା କୋଉଠିର ଏହା ଆସିଲା ଆମେ କିଛି କହି ପାରିବୁ ନାହିଁ |

nis-ad
Leave A Reply

Your email address will not be published.