ବିଏମସିରେ ଖୋଲିଲା ୨୫ ଟି କୋଭିଡ୍ ଟେଷ୍ଟ କେନ୍ଦ୍ର

ଭୁବେନଶ୍ୱର: କରୋନା ମହାମାରୀର ତୃତୀୟ ଲହର ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବାବେଳେ ଏବେ ପୁଣିଥରେ ଦେଶରେ କରୋନାତ ମାହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ଦେଶ ତୁଳନାରେ ସଂକ୍ରମଣ ବେଶ୍ କମ୍ ରହିଥିଲେ ବି ବିପଦକୁ ଏଡ଼ାଇ ଦିଆଯାଇନପାରେ ।

ତେବେ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ରୋକିବା ଲାଗି ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ପୂର୍ବରୁ ବିଏମସି ଅଞ୍ଚଳରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ୨୫ ଟି ୟୁପିଏଚସି/ୟୁସିଏଚସି କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରାଯାଇଛି । ଏହି ସେଣ୍ଟର ଗୁଡ଼ିକ ସକାଳ ୯ ଟାରୁ ସାଢ଼େ ୧୧ ଏବଂ ସନ୍ଧ୍ୟା ୫ ଟାରୁ ୭ ଟା ପର୍ଯ୍ୟନ୍ତ ଖୋଲାରହିବ । ସେହିପରି କ୍ୟାପିଟାଲ ହସ୍ପିଟାଲରେ ସକାଳ ୮ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଟେଷ୍ଟିଂ ହୋଇପାରିବ । ଯଉଁମାନଙ୍କ ଠାରେ ଲକ୍ଷଣ ରହିଛି ଟେଷ୍ଟ କରାଇ ନେବାକୁ ପରାମର୍ଶ ଦିଆଯାଉଛି । ଏହାର ଏକ ତାଲିକା ମଧ୍ୟ ଜାରି କରାଯାଇଛି ।

nis-ad
Leave A Reply

Your email address will not be published.